27.1 C
Bhubaneswar
Friday, March 29, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ । ଆଜି ୭୫ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ନବୀନ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରୁ ଏ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହି ଅବସରରେ ପୁରୀ ବେଳଭୂମିରେ ନବୀନଙ୍କ ବାଳୁକା କଳା ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେହିପରି ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ସ୍ୟାଣ୍ଡ ଆନିମେସନ୍‌ରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ନବୀନଙ୍କୁ ସୋସିଆଲ ମଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷ କରୋନା ମହାମାରୀ ପାଇଁ ଜନ୍ମ ଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଶୁଭେଚ୍ଛୁମାନେ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ, ରକ୍ତ ଦାନ ଏବଂ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking