34.1 C
Bhubaneswar
Friday, March 29, 2024
HomeUncategorized୧୩ ବର୍ଷ ବୟସରେ ଗୋଡ ହାତ ହରାଇଥିବା ଦେଉଛନ୍ତି +୨ ପରୀକ୍ଷା

୧୩ ବର୍ଷ ବୟସରେ ଗୋଡ ହାତ ହରାଇଥିବା ଦେଉଛନ୍ତି +୨ ପରୀକ୍ଷା

ଗୁଜୁରାଟ: ମାତ୍ର ୧୩ ବର୍ଷ ବୟସରେ ହରାଇଛନ୍ତି ନିଜର ଗୋଡ ଓ ହାତ । ହେଲେ ଏମିତି ହେଲା ପରେ ବି ହାରିଯାଇନି ମନରେ ଥିବା ବିଶ୍ୱାସ । ସମସ୍ତଙ୍କ ପରି ସେ ବି ବଂଚୁଛି । ଆଉ କିଛି କରି ଦେଖାଇବାର ବିଶ୍ୱାସ ରହିଛି ତା ମନରେ । ଏମିତି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟରେ । ଯଦି ଆପଣ ଏହି ଛାତ୍ର ବିଷୟରେ ଜାଣିବାକୁ ଚାହିଁବେ, ତେବେ ‘ହୋଇପାରିବନି’ ଶବ୍ଦଟି ଏଥିପାଇଁ ଭୁଲ ହେବ । ଫେଲ ହେବା ଓ ମାର୍କ କମ୍ ଆସିବା ବାହାନା କରିବା ମଧ୍ୟ ଆପଣ ବନ୍ଦ କରିଦେବେ । ୧୩ ବର୍ଷ ବୟସରେ ହାତଗୋଡ ହରାଇଥିବା ଶିବମ୍ ସୋଳଙ୍କୀ ଏବେ ଦ୍ୱାଦଶ ପରୀକ୍ଷା ଦେଉଛନ୍ତି । ବଡୋଦରାରେ ବାସ କରୁଥିବା ଶିବମ୍ ଦଶମ ପରୀକ୍ଷାରେ ୮୧ ପ୍ରତିଶତ ନମ୍ବର ରଖି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ । ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ନେଇ ସେ କହିଛନ୍ତି ଯେ, ‘ମୋର ନିଜ ଉପରେ ଯଥେଷ୍ଟ ଭରଷା ଅଛି । ମୋର ଭଲ ନମ୍ବର ଆସିବ । ଆଉ ଦଶମ ଶ୍ରେଣୀ ନମ୍ବର ଅପେକ୍ଷା ଅଧିକ ନମ୍ବର ଆସିବ’ ବୋଲି ସେ କହିଛନ୍ତି । ଛାତ୍ରଙ୍କ ପାଇଁ ସେ ମିସାଲ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତାଙ୍କର ଏପରି ଅବସ୍ଥା ଯଦି ଆମେ ଜାଣିବା, ତେବେ ଛାତ ଉପରେ ଗୁଡି ଉଡାଉଥିବା ସମୟରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ଏପରି ହୋଇଛି । ଜୀବନ ବଂଚାଇବା ପାଇଁ ଡାକ୍ତରଙ୍କୁ ତାଙ୍କ ଦୁଇ ହାତ ଓ ଗୋଟିଏ ଗୋଡ କାଟିବାକୁ ପଡିଲା । ହେଲେ ଏଥିରେ ବିଶ୍ୱାସ ହରାଇନଥିଲେ ଶିବମ୍ । ଅବଶିଷ୍ଟ ହାତରେ ତାଙ୍କ ବାପାମା ପଟି ବାନ୍ଧି ସେଥିରେ କଲମ ରଖି ତାଙ୍କୁ ଲେଖିବା ଶିଖାଇଥିଲେ । ଧିରେ ଧିରେ ଏପରି କରିବା ଦ୍ୱାରା ଶିବମ୍ ଏଥିରେ ଅଭ୍ୟାସ ହୋଇଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking