27.1 C
Bhubaneswar
Saturday, November 23, 2024
Homeବ୍ରେକୀଙ୍ଗବୃଦ୍ଧା ବୟସରେ ପାଗଳ ପୁଅର ବୋଝ 

ବୃଦ୍ଧା ବୟସରେ ପାଗଳ ପୁଅର ବୋଝ 

କନ୍ଧମାଳ : ବୃଦ୍ଧ ବୟସରେ ପାଗଳ ପୁଅର ବୋଝ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବଣଗୁଡ଼ା ପଞ୍ଚାୟତ ୩ ନମ୍ବର ୱାର୍ଡ଼ର ଚଞ୍ଚଳା ସାହିରେ । ବୃଦ୍ଧା ଜଣକ ହେଲେ ଉକ୍ତ ସାହିର କସ୍ତୁରୀ ପ୍ରଧାନ ଓ ତାଙ୍କର ମାନସିକ ବିକୃତ ପୁଅ ହେଉଛନ୍ତି ଧନେଶ୍ୱର ପ୍ରଧାନ (୪୦) । ଧନେଶ୍ୱର ପୂର୍ବରୁ ଭଲ ଥିଲେ । ଗ୍ରାମରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ  ଅଧ୍ୟୟନ କରିଛନ୍ତି । ପ୍ରାୟ ୨୦ ବର୍ଷ ତଳେ ଅଚାନକ ଧନେଶ୍ୱର ପାଗଳ ହୋଇଯାଇଛନ୍ତି । ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ବାଧ୍ୟ ହୋଇ ଭେଣ୍ଡିଆ ପୁଅକୁ ଘରେ ଶିକ଼ୁଳି ବାନ୍ଧି ରଖିଥିଲେ । ତେବେ ଗତ ୭ ବର୍ଷ ତଳେ ଧନେଶ୍ୱରଙ୍କ ବାପା ଭଞ୍ଜ ପ୍ରଧାନଙ୍କ ମୃତ୍ୟୁ ପରେ ମା’ କସ୍ତୁରୀ ନିଜ ପାଗଳ ପୁଅକୁ ଘରେ ସବୁବେଳେ ସିକୁଳିରେ ବାନ୍ଧିରଖିବା ସମ୍ଭବ ହୋଇପାରିନାହିଁ । ବର୍ତ୍ତମାନ ଧନେଶ୍ୱର ଗ୍ରାମରେ ଥିବା ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଉଛନ୍ତି । ୬୬ ବର୍ଷର ବୃଦ୍ଧା ମାଆ ଯେତେଦୂର ସମ୍ଭବ ତାଙ୍କର ଦେଖାଚାହାଁ ମଧ୍ୟ କରୁଛନ୍ତି । ବୃଦ୍ଧା ଜଣକ ସରକାରଙ୍କ ଠାରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାରେ  ପାଗଳ ପୁଅର ଖର୍ଚ୍ଚ ବହନ କରିଥାନ୍ତି । ଏହା ସହ ବୃଦ୍ଧାଙ୍କ ଅନ୍ୟ ୨ ପୁଅ ଚାଷବାସ କରନ୍ତି । ସେଥିରୁ ଯାହା ଅର୍ଜନ ହୋଇଥାଏ ସେଥିରେ ନିଜ ପରିବାର ଚଳାଇବା ସହିତ ବୃଦ୍ଧା ମା’ ଓ ପାଗଳ ଭାଇକୁ ଖାଇବାକୁ ମଧ୍ୟ ଦେଇଥାନ୍ତି । ଗରିବ ପରିବାରର ଆର୍ଥିକ ସ୍ଥିତି ଭଲନଥିବା ଯୋଗୁଁ ପାଗଳ ଭାଇକୁ ଚିକତ୍ସା କରାଇ ପାରୁନାହାନ୍ତି । ମାନସିକ ବିକୃତ ଧନେଶ୍ୱରଙ୍କର ଭୋଟ ଓ ଆଧାର କାର୍ଡ଼ ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ସେ କୌଣସି ପ୍ରକାର ଭତ୍ତା ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇ ପାରୁନାହିଁ । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ଯୁବକଙ୍କ ଚିକିତ୍ସା କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking