40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୮ମାସର ଗର୍ଭବତୀ ହେଲେ ଜଣେ ଦିବ୍ୟାଙ୍ଗ ଯୁବତୀ

୮ମାସର ଗର୍ଭବତୀ ହେଲେ ଜଣେ ଦିବ୍ୟାଙ୍ଗ ଯୁବତୀ

ତେଲକୋଇ: ଜଣେ ଦିବ୍ୟାଙ୍ଗ ଯୁବତୀ ଙ୍କୁ ବିବାହିତ ଯୁବକଙ୍କ ଦୁର୍ଷ୍କମ ନେଇ ତେଲକୋଇ ଥାନାରେ ଅଭିଯୋଗ ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଜଟ ଗାଁରେ । ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ୮ ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡିଛି । ଯୁବତୀ ଜଣକ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ବାପା ମଧ୍ୟ ଜଣେ ଦିବ୍ୟାଙ୍ଗ ଅଟନ୍ତି ।ଦୁଇ ବର୍ଷ ତଳେ ତାଙ୍କ ମାଙ୍କର ମୃତ୍ୟୁ ଘଟିଥିବା ବେଳେ ବାପା ଗହ୍ମା ମୁଣ୍ଡା ହ୍ବିଲି ସାଇକେଲ ରେ ବସି ଗାଁ କୁ ଗାଁ ଭିକ ମାଗି ଯାହା ଆଣନ୍ତି ସେଥିରେ ବାପ ଝିଅ କଷ୍ଟେମଷ୍ଟେ ଚଳିଯାନ୍ତି ।ବେଳେ ବେଳେ ଝିଅ ପାର୍ବତୀ ମଧ୍ୟ ଭିକ ମାଗିବାରେ ବାପାଙ୍କୁ ସାହାଯ୍ୟ କରିଥାଏ ।ସୂଚନା ମୁତାବକ ଗତ ଦୋଳଯାତ୍ରା ଦିନ ଯୁବତୀଙ୍କ ସରଳତା ର ସୁଯୋଗ ନେଇ ଘରେ କେହି ନଥିବା ବେଳେ ସମୟରେ ଜଟ ଗାଁ ବାଲିସାହି ର ଯୁବକ ରତ୍ନାକର ମୁଣ୍ଡା ଘରକୁ ଆସି ବଳପୂର୍ବକ ସଂପୃକ୍ତ ଦିବ୍ୟାଙ୍ଗ ଯୁବତୀଙ୍କ ସହିତ ଦୁର୍ଷ୍କମ କରିଥିଲେ ।ଏକଥା କୁ ଦିବ୍ୟାଙ୍ଗ ଯୁବତୀ ଲୋକ ଲଜ୍ୟା ଭୟରେ କାହାକୁ କହିନଥିଲେ । ତେବେ ଯୁବତୀ ଜଣଙ୍କ ଅନ୍ତସତ୍ବା ହେବା ନେଇ ଜଣାଯିବା ପରେ ତାଙ୍କ ବାପା ଯୁବତୀଙ୍କୁ ସବୁ ପଚାରି ବୁଝିବା ପରେ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଯୁବକ କୁ ଧରିବାରେ ଉଦ୍ୟମ ଚଳାଇ ଥିଲେ ମଧ୍ୟ ସଫଳ ହୋଇପାରିନାହିଁ ।ସଂପୃକ୍ତ ଯୁବକ ଫେରାର ଥିବା ଜଣା ପଡିଛି। ଏ ସର୍ମ୍ପକରେ ତେଲକୋଇ ଆଇ, ଆଇ,ସି କ୍ୟାମେରା ସମ୍ମୁଖରେ କିଛି ବି ପ୍ରତିକ୍ରିୟା ଦେବାପାଇଁ ମନା କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking