30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକେନାଲରେ ଭାସିଯାଇ ଦିବ୍ୟାଙ୍ଗ ଯୁବକର ମୃତ୍ୟୁ

କେନାଲରେ ଭାସିଯାଇ ଦିବ୍ୟାଙ୍ଗ ଯୁବକର ମୃତ୍ୟୁ

ମୟୁରଭଂଜ: ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ଦିବ୍ୟାଙ୍ଗ ଯୁବକ। ଖବରପାଇ ଗାଁ ଲୋକେ କେନାଲରୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା କେନାଲରେ। ଗାଧୋଇବାକୁ ଯାଇ କେନାଲ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଚାଉଳଘେରୀ ଗ୍ରାମର ମନ୍ମଥ ମହାନ୍ତଙ୍କ ପୁଅ ବାବୁଲୁ ମହାନ୍ତ । ମୃତକ ବାବୁଲୁ ଜଣେ ଦିବ୍ୟାଙ୍ଗ। ତାଙ୍କର ଗୋଟିଏ ଗୋଡ଼ ଓ ହାତ କାମ କରୁନଥିବା ବେଳେ କେନାଲକୁ ଗାଧୋଉଥିବା ବେଳେ ଜଳ ସ୍ରୋତରେ ଭାସି ଯାଇଥିଲେ। କେନାଲ ନିକଟରେ ଗୋରୁ ଚରାଉ ଥିବା ଲଷ୍ମୀଧର ମହାନ୍ତ ଦେଖି ସଙ୍ଗେ ସଙ୍ଗେ ଗାଆଁ ଲୋକକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଗାଁ ଲୋକ ପହଞ୍ଚି କେନାଲ ପାଣିରୁ ବାବୁଲୁକୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ବାବୁଲୁର ମୃତ୍ୟୁ ହୋଇ ସାରିଥିଲା। ଖବରପାଇ ଘଟଣାସ୍ଥଳରେ ଝାରପୋଖରିଆ ଥାନା ଅଧିକାରୀ ସୁଦର୍ଶନ ଗାଙ୍ଗଇ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା PRM ମେଡିକାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଅକସ୍ମାତ ଘଟିଯାଇଥିବା ଏହି ଦୁଃଖଦ ଘଟଣାରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିବା ସହିତ ମୃତକର ପରିବାରକୁ ସରକାରୀ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking