31.1 C
Bhubaneswar
Friday, March 29, 2024
Homeଓଡିଶାମୟୁରଭଞ୍ଜସ୍କୁଲରେ ଦିଆଯାଉଥିବା ଖାଦ୍ୟରେ ପୁରୁନି ପିଲାଙ୍କ ପେଟ , ଭୋକ ମେଣ୍ଟାଇବାକୁ ପିଉଛନ୍ତି ହାଣ୍ଡିଆ

ସ୍କୁଲରେ ଦିଆଯାଉଥିବା ଖାଦ୍ୟରେ ପୁରୁନି ପିଲାଙ୍କ ପେଟ , ଭୋକ ମେଣ୍ଟାଇବାକୁ ପିଉଛନ୍ତି ହାଣ୍ଡିଆ

ମୟୂରଭଞ୍ଜ : ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବଳେ କିଛି ଅସାଧୁ ଶିକ୍ଷକ/ଶିକ୍ଷୟିତ୍ରୀ ସରକାରଙ୍କ ଆଖିରେ ଧୂଳିଦେଇ ଲୁଟୁଛନ୍ତି ଅର୍ଥ। ସଭିଏଁ ପଢିବେ ସଭିଏଁ ବଢିବେର ସ୍ଲୋଗାନ ଦେଇ ସରକାର ମଧ୍ୟାହ୍ନ ଭୋଜନ ସହିତ ସ୍କୁଲ ପିଲାଙ୍କ ପାଇଁ ଡ୍ରେସ, ଖେଳ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଥିବା ବେଳେ ଏଥିରେ ଅନିୟମିତତା ଦେଖା ଦେଇଛି। ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ପଥରନେଶା ଆଦିବାସୀ ଉନୟନ ଆଶ୍ରମରେ ଆଜି ଦିନ ୮ଘଟିକାରୁ ସ୍କୁଲ ପିଲା ଓ ଅଭିଭାବକ ଦିନ ୨ ଟା ପର‌୍ୟନ୍ତ ତାଲା ପକାଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପାଇଁ ଚାଲିଲେ ବିପଦପୂର୍ଣ୍ଣ ୫ କିଲୋମିଟର ଜଙ୍ଗଲ ରାସ୍ତା। ଅଭିଯୋଗ ଅନୁଯାୟୀ, ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଜେନା ଛାତ୍ରଛାତ୍ରୀଙ୍କୁ ଖାଇବାକୁ ନ ଦେବାରୁ ପିଲା ଭୋକ ମେଣ୍ଟାଇବା ପାଇଁ ବାହାରକୁ ଯାଇ ପିଉଛନ୍ତି ହାଣ୍ଡିଆ । ସେହିପରି ଭାବେ ସ୍କୁଲର ଛାତ୍ରୀଙ୍କ ଅଭିଯୋଗ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବେଳେ ଗାଧୋଇବା ପାଇଁ ସାବୁନ ବଦଳରେ ଦେଉଛନ୍ତି ସରଫ ଏକ୍ସେଲ ଓ ଯଦି ଅଭିଯୋଗ କଲେ ନାଲି ଆଖି ଦେଖାଇ ଟିସି ଦେଇ ବିଦା କରିଦେବାର ଧମକ ଦେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ଏପରିକି ଦେହ ଅସୁସ୍ଥ ହେଲେ ମଧ୍ୟ ଡାକ୍ତରୀ ଚିକିତ୍ସା ପାଇଁ ସେ ଡାକ୍ତରଖାନା ନିଅନ୍ତି ନାହିଁ। ଗୋଟେପଟେ ଭୋକ ଅନ୍ୟପଟେ ପ୍ରଧାନଶିକ୍ଷୟିତ୍ରୀଙ୍କ କଟାକ୍ଷ, ଅସହ୍ୟ ହେବାରୁ ଶେଷରେ ଆଜି ସ୍କୁଲରୁ ବାହାରି ଜିଲ୍ଲାପାଳକୁ ଭେଟିବାକୁ ବାଧ୍ୟ ହୋଇ କାଢ଼ିଲେ ପାଦ। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇ ଶୁଝାଇ ଫେରେଇ ନେଇଥିଲେ ପ୍ରଶାସନିକ ଅଧିକାରୀମାନେ। ତେବେ କଣ ଆଶ୍ରମ ସ୍କୁଲରେ ଥିବା ଅନ୍ତେବାସୀ ସାଙ୍ଗକୁ ସ୍କୁଲରେ ପଢ଼ୁଥିବା ପିଲାଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ଆବଶ୍ୟକ ଚାଉଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦେଉନାହାନ୍ତି କି ସରକାର ବୋଲି ପ୍ରଶ୍ନ ଉଠୁଛି। ଯଦି ଆସୁଛି ତେବେ ଏଭଳି ସ୍ପର୍ଶକାତର ଅଭିଯୋଗ କାହିଁକି ? ସେହିପରି ପିଲା ଅନୁପାତରେ ସବୁ ଆସୁଥିବା ବେଳେ ଯାଉଛି କୁଆଡ଼େ ନେଉଛି କିଏ ? ତାର ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ ବୋଲି ମତପ୍ରକାଶ ପାଉଛି।ଅନ୍ୟପଟେ ଆଶ୍ରମ ସ୍କୁଲ ଗୁଡ଼ିକର ତଦାରଖ ପାଇଁ ବ୍ଲକରେ ନିଯୁକ୍ତ ହୋଇ କାର‌୍ୟ୍ୟ କରୁଛନ୍ତି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ। ଏମାନେ ତଦାରଖ କରି ପିଲାମାନଙ୍କ ସମସ୍ୟା ଶୁଣି ସମାଧାନ କରିବା ବଦଳରେ ଦାୟିତ୍ବରେ ଥିବା ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରି ମାସିକିଆ ଆଦାୟକୁ ଗୁରୁତ୍ୱ ପ୍ରଦାନ କରୁଥିବାରୁ ଏଭଳି ସଙ୍ଗୀନ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ମତପ୍ରକାଶ ପାଉଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଥିବା ଆଶ୍ରମ ସ୍କୁଲ ଗୁଡ଼ିକରେ ପିଲାମାନେ ସାମ୍ନା କରୁଥିବା ସମସ୍ୟାର ସମାଧାନ ଦାବିରେ ଅଭିଯୋଗ ପାଇଁ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଅଭିମୁଖେ ପଦଯାତ୍ରା କରିବା ଏକ ଟ୍ରେଣ୍ଡ ହୋଇଯାଇଛି ବୋଲି ଚାପାଗୁଞ୍ଜରଣ ଶୁଣିବାକୁ ମିଳୁଛି। ମାତ୍ର ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପରିଚାଳନାଗତ ଦାୟିତ୍ବହୀନତାରୁ ସୃଷ୍ଟି ସମସ୍ୟାର ସମାଧାନରେ ବିଫଳତାକୁ ଦାୟିକରି ବଦଳି କରିବା ପାଇଁ ଜନସାଧାରଣରେ ଦାବି ଜୋର ଧରିଥିବା ବେଳେ ଏହି ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ରଛାତ୍ରୀଙ୍କ ପାଇଁ କିପ୍ରକାର ନ୍ୟାୟ କରୁଛନ୍ତି ତାହାହିଁ ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking