28.1 C
Bhubaneswar
Thursday, March 28, 2024
Homeଅପରାଧଶିଖରଚଣ୍ଡୀ ପାହାଡ଼ ରାସ୍ତାରେ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା : ପ୍ରେମ ପାଇଁ ହତ୍ୟା ନୁହେଁ...

ଶିଖରଚଣ୍ଡୀ ପାହାଡ଼ ରାସ୍ତାରେ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା : ପ୍ରେମ ପାଇଁ ହତ୍ୟା ନୁହେଁ ତ ?

ଭୁବନେଶ୍ୱର: ଶିଖରଚଣ୍ଡୀ ପାହାଡ଼ ରାସ୍ତାରେ ଅବିନାଶ ପ୍ରଧାନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ବୁଧବାର ରାତିରେ ମିଳିଛି । ଅବିନାଶ ଆତ୍ମହତ୍ୟା କରିଥିବା ପୁଲିସ କହୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଦାବି କରିଛନ୍ତି । ତେବେ ପାରିପାଶ୍ୱର୍ିକ ପରିସ୍ଥିତିରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ତେଣୁ ଅବିନାଶଙ୍କ ମୃତ୍ୟୁକୁ ନେଇ ଏବେ ହତ୍ୟା ସନ୍ଦେହ ଘନିଭୂତ ହୋଇଛି । ତାଙ୍କର କେହି ଶତ୍ରୁ ନଥିବା ଅବିନାଶଙ୍କ ବାପା କହିଛନ୍ତି । ହେଲେ ପ୍ରେମଜନିତ କାରଣରୁ ହତ୍ୟା ଘଟିଥାଇପାରେ ବୋଲି ସେ ସନ୍ଦେହ ମଧ୍ୟ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଅବିନାଶଙ୍କ ଘର ବାଲିପଡ଼ା ଗାଁରେ । ତାଙ୍କ ଘରପାଖର ପିଙ୍କି(ଛଦ୍ମନାମ) ନାମ୍ନୀ ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ । ଝିଅ ଘରେ ରାଜି ନଥିବାରୁ ପ୍ରେମରେ ସମସ୍ୟା ଉପୁଜିଥିଲା । ସମ୍ପୃକ୍ତ ଯୁବତୀ ଜଣକ ଇଞ୍ଜିନିୟରିଂ ଛାତ୍ରୀ । ସେ ଏବେ ପଟିଆ ସ୍ଥିତ ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପଢୁଛନ୍ତି । ଅବିନାଶଙ୍କ ପାଇଁ ତାଙ୍କ ଘରଲୋକ ଯୁବତୀଙ୍କୁ ହଷ୍ଟେଲରେ ରହିବାକୁ ଛାଡ଼ିଦେଇଛନ୍ତି । ଏହାପରେ ବି ଅବିନାଶ ତାଙ୍କୁ ଲୁଚିଲୁଚି ଦେଖା କରିବାକୁ ଯାଉଥିଲେ । ଉଭୟ ଶିଖରଚଣ୍ଡୀ ପାହାଡ଼ ଆଡେ ସବୁବେଳେ ଦେଖାହୁଅନ୍ତି । ବୁଧବାର ରାତିରେ ମଧ୍ୟ ଅବିନାଶ ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ସହ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ପରିବାରଲୋକେ ଅବିନାଶ ସହ ସମ୍ପର୍କ ନରଖିବାକୁ ଝିଅକୁ କହିଥିଲେ । ଏହାପରେ ବି ଯୁବତୀ ଦେଖାସାକ୍ଷାତ କରୁଥିଲେ । ତେଣୁ ପ୍ରେମଜନିତ କାରଣରୁ ଅବିନାଶଙ୍କ ହତ୍ୟା କରାଯାଇଥିବା କଥାକୁ ମଧ୍ୟ ଏଡ଼ାଇ ଦିଆଯିବ ନାହିଁ ।

-ଦୁଇରୁ ତିନିଜଣ ଯୁବକ ଥିଲେ
ଶିଖରଚଣ୍ଡୀ ପାହାଡ଼ ରାସ୍ତାରେ ଚଳପ୍ରଚଳ କରୁଥିବା ଜଣେ ପୂଜକ କହିବାନୁସାରେ, ଅବିନାଶଙ୍କୁ ସେ ସବୁବେଳେ ପାହାଡ଼କୁ ଆସିବା ଦେଖିଛନ୍ତି । ବୁଧବାର ରାତି ସାଢ଼େ ୮ଟାରେ ମଧ୍ୟ ତାଙ୍କୁ ଦେଖିଥିଲେ । ଏହି ସମୟରେ ତାଙ୍କ ପାଖରେ ୨ରୁ ୩ଜଣ ଯୁବକ ଥିଲେ । ସେମାନେ ଅବିନାଶ ସହ ଝଗଡ଼ା କରୁଥିଲେ । ଏହି ଝଗଡ଼ାରୁ କିଛି ଅଘଟଣ ଘଟିଥାଇପାରେ ବୋଲି ସେ କହିଛନ୍ତି । ପୂଜକଙ୍କ ଏଭଳି ବୟାନ ପରେ ଅବିନାଶଙ୍କ ବାପା ଲଲାଟେନ୍ଦୁ ଆଣିଥିବା ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗରେ କିଛିଟା ସତ୍ୟତା ବାରିହେଉଛି । ତେବେ ସେହି ଯୁବକମାନେ କିଏ? ସେମାନଙ୍କ ସହ ଅବିନାଶଙ୍କ ପ୍ରେମିକାଙ୍କ କିଛି ସମ୍ପର୍କି ରହିଛି କି? ତେଣୁ ଏଭଳି ଦିଗକୁ ନେଇ ପୁଲିସ ତଦନ୍ତ କରିବା ଆବଶ୍ୟକ ରହିଛି ।

-ପିସିଆର୍ ଟିମ୍ ଦେଖିଥିଲା ଯୁବକମାନଙ୍କୁ
ଇନ୍‌ଫୋସିଟି ଥାନା ପିସିଆର୍ ଭ୍ୟାନ ଶିଖରଚଣ୍ଡୀ ପାହାଡ଼ ଉପରେ ନିୟମିତ ପାଟ୍ରୋଲିଂ କରେ । ବୁଧବାର ରାତିରେ ୮ଟା ୧୫ମିନିଟ୍ ସମୟରେ ପିସିଆର୍ ପାହାଡ଼ ତଳକୁ ଖସିଥିଲା । ପରେ ରାତି ୯ଟା ୧୦ମିନିଟ୍‌ରେ ଉପରକୁ ଉଠିବାବେଳେ ଏକ ସ୍ଥାନରେ ନିଆଁ ଜଳୁଥିବା ଦେଖିଥିଲା । ଏହି ସମୟରେ ସେହି ରାସ୍ତାଦେଇ ଏକ ବାଇକ୍‌ରେ ୨ରୁ ୩ଯୁବକ ଯାଉଥିବା ପିସିଆର୍ କର୍ମଚାରୀ ଦେଖିଥିଲେ । ଅବିନାଶଙ୍କ ମୃତ୍ୟୁ ସହିତ ସେହି ଯୁବକମାନଙ୍କ କିଛି ଲିଙ୍କ୍ ରହିଛି ନା ନାହିଁ ଏସମ୍ପର୍କରେ ପୁଲିସ କୌଣସି ତଥ୍ୟ ଦେଇନାହିଁ ।

-ତୁମେ ଖୁସିରେ ରୁହ, ମୁଁ ଦୂରେଇ ଯିବି
ତୁମେ ଖୁସିରେ ରୁହ । ମୁଁ ତୁମ ଜୀବନରୁ ଦୂରେଇ ଯିବି । ତୁମ ଜୀବନରେ କେବେ ବି କଣ୍ଟା ହେବିନାହିଁ । ବାହା ହୋଇ ଭଲରେ ରୁହ । ମେ’ ମାସ ପରେ ବାହାରକୁ ପଳାଇବି । ଅବିନାଶଙ୍କ ଡାଏରୀର ଏକ ଫର୍ଦ୍ଧରେ ଏଭଳି କିଛି ଲେଖା ହୋଇଛି । ଏହି ଫର୍ଦ୍ଦଟି ଅପ୍ରେଲ ୧୨ ତାରିଖର । କିନ୍ତୁ ଅବିନାଶ କେବେ ଲେଖିଛନ୍ତି, ତାହା ଜଣାପଡ଼ିନାହିଁ । ସେ ଓଡ଼ିଆ କଥାକୁ ଇଂରାଜୀ ଅକ୍ଷରରେ ଲେଖିଛନ୍ତି । ତାଙ୍କ ଅକ୍ଷର ସେତେ ସୁଦ୍ଧ ନଥିବାରୁ ଠିକ୍ ଭାବେ ପଢିହେଉନାହିଁ । ଏହି ଲେଖାକୁ ପଢିସାରି ପୁଲିସ ଏହାକୁ ସୁଇସାଇଡ୍ ନୋଟ୍ କହୁଛି । ହେଲେ ଏହା ସୁଇସାଇଡ୍ ନୋଟ୍ ନୁହେଁ ବୋଲି ଅବିନାଶଙ୍କ ବାପା ଲଲାଟେନ୍ଦୁ କହିଛନ୍ତି । ଏହି ଲେଖା ଅବିନାଶଙ୍କର । କିନ୍ତୁ ସୁଇସାଇଡ୍ ନୋଟ୍‌ରେ ଏଭଳି ଲେଖାଯାଏନି ବୋଲି ସେ କହିଛନ୍ତି । ଏହି ଲେଖାକୁ ଯାଞ୍ଚ ପାଇଁ ପୁଲିସ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି ।

-ଶରୀରର ଅଧା ଅଂଶରେ ପେଟ୍ରୋଲ
ଫରେନ୍‌ସିକ ଟିମ୍ ପ୍ରାଥମିକ ତଦନ୍ତରୁ ଅନେକ ତଥ୍ୟ ହାସଲ କରିଛି । ଫରେନ୍‌ସିକ ଟିମ୍‌ର କହିବାନୁସାରେ, ଅବିନାଶଙ୍କ ଶରୀରର ଅଧାଅଂଶରେ ପେଟ୍ରେଲ ପଡ଼ିଥିଲା । ଯାହାଫଳରେ ତାଙ୍କ ପୁରା ଶରୀରରେ ନିଆଁ ଲାଗିନାହିଁ । ଏମିତିକି ଏକ ଲିଟରର ପେଟ୍ରୋଲ ବୋତଲ ତାଙ୍କ ଗାଡ଼ି ପାଖରେ ଥିଲା । ଲାଇଟର୍ ମଧ୍ୟ ସେଠାରେ ପଡ଼ିଥିଲା । ତେଣୁ ସେ ନିଜେ ଦେହରେ ପେଟ୍ରୋଲ ଢ଼ାଳି ହୋଇଥିବା ଜଣାପଡୁଛି । ଗୋଟିଏ ସ୍ଥାନରେ ନିଆଁ ଲାଗିଥିଲା । ହେଲେ ନିଆଁ ଲାଗିବା ପରେ କଷ୍ଟ ହେବାରୁ ସେ ଅନ୍ୟ ସ୍ଥାନକୁ ଦୌଡ଼ିଯାଇ ଭୂମିରେ ପଡ଼ିଯାଇଥିଲେ । ସବୁ ଅନୁସନ୍ଧାରୁ ଅବିନାଶ ଆତ୍ମହତ୍ୟା କରୁଥିବା ଜଣାପଡୁଛି । ତଥାପି ତଦନ୍ତ ନସରିବା ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କିଛି କହିହେବ ନାହିଁ ।

-ଦୁଇଦିନ ତଳେ ପ୍ରେମିକାଙ୍କ ଜନ୍ମଦିନ ଥିଲା
ଅବିନାଶଙ୍କ ପ୍ରେମିକାଙ୍କ ଗତ ମଙ୍ଗଳବାର ଜନ୍ମଦିନ ଥିଲା । ଜନ୍ମଦିନ ପାଳନ ହେଉ କି ଅନ୍ୟ କାରଣ, ଏହିଦିନ ଠାରୁ ଦୁହିଁଙ୍କ ପ୍ରେମସମ୍ପର୍କରେ କୌଣସି ତିକ୍ତତା ଆସିଥିଲା । ଯାହାକୁ ନେଇ ଅବିନାଶ ଚିନ୍ତିତ ରହୁଥିଲେ । ଏହା ପଛରେ ମୃତ୍ୟୁର କିଛି ଲିଙ୍କ୍ ଥାଏ ବୋଲି ଚର୍ଚ୍ଚାହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking