30.1 C
Bhubaneswar
Wednesday, April 24, 2024
Homeଓଡିଶାଅଡୁଆରେ ଧଉଳି ଥାନା ହାବିଲଦାର, ଦ୍ୱିତୀୟ ସ୍ତ୍ରୀ’ଙ୍କୁ ନିର୍ଯାତନା ଅଭିଯୋଗ

ଅଡୁଆରେ ଧଉଳି ଥାନା ହାବିଲଦାର, ଦ୍ୱିତୀୟ ସ୍ତ୍ରୀ’ଙ୍କୁ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର:  ଦୁଇଟି ବିବାହ କରି ଫସିଲେ ହାବିଲଦାର୍ । ଖାଲି ଏତିକି ନୁହେଁ, ଦ୍ୱିତୀୟ ସ୍ତ୍ରୀ’ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଛନ୍ତି । ଏନେଇ ଦ୍ୱିତୀୟ ସ୍ତ୍ରୀ ବାସନ୍ତୀ ସ୍ୱାଇଁ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ଧଉଳି ଥାନାର ହାବିଲଦାର୍ ତଥା ଅଭିଯୁକ୍ତ ସଦାଶିବ ସ୍ୱାଇଁଙ୍କୁ ଥାନାକୁ ଡ଼ାକିଥିଲା । ପରେ ତାଙ୍କୁ ନୋଟିସ୍ ଦେଇ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ସଦାଶିବଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ସଦାଶିବ ୨୦ବର୍ଷ ତଳେ ପ୍ରଥମ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀ’ଙ୍କ ୩ଟି ଝିଅ ଅଛନ୍ତି । ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନଦେଇ ସେ ଦୁଇ ବର୍ଷ ତଳେ ବାସନ୍ତୀଙ୍କୁ ଏକ ମନ୍ଦିରରେ ବିବାହ କରିଥିଲେ । ତାଙ୍କୁ ପୁରୁଣା ଭୁବନେଶ୍ୱରର ଗଡମହାବୀର ଶାସନରେ ଭଡ଼ାଘରେ ରଖିଥିଲେ । ମାତ୍ର ପ୍ରାୟ ୨ମାସ ହେବ ସଦାଶିବ ତାଙ୍କୁ ମାର୍‌ପିଟ୍ କରିବା ସହ ଘରୁ ତଡ଼ିବାକୁ ନେଇ ନାନା ଧମକ ଚମକ ଦେଉଥିଲେ । ଏପରିକି ସଦାଶିବଙ୍କ ଭାଇ ମଧ୍ୟ ତାଙ୍କ ସହ ଅସଦାଚରଣ କରିଥିଲେ ।

ବାସନ୍ତୀ ବିରୋଧ କରିବାରୁ ସଦାଶିବ ତାଙ୍କୁ ଖାକିର ଭୟ ଦେଖାଇଥିଲେ ବୋଲି ବାସନ୍ତୀ ଅଭିଯୋଗ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ଗତ ୩ତାରିଖରେ ସଦାଶିବ ତାଙ୍କୁ ନିର୍ଦ୍ଦୟ ଭାବେ ପିଟିଥିଲେ । ତେଣୁ ଶେଷରେ ନିରୂପାୟ ହୋଇ ବାସନ୍ତୀ ଗତ ୧୯ତାରିଖରେ ମହିଳା ଥାନା ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଘଟଣାର ତଦନ୍ତ କରି ୯/୨୨ରେ ଏକ ମାମଲା ରୁଜୁ କରିଛି । ବାସନ୍ତୀଙ୍କ ବୟାନ ରେକର୍ଡ କରିବା ସହ ସଦାଶିବଙ୍କୁ ୪୨ ସିଆରପିସିରେ ନୋଟିସ୍ ଦେଇ ଛାଡି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking