27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜ୍ଞାନବାପୀ ମାମଲାରେ ଆଜି ବାରାଣସୀ ଜିଲ୍ଲା ଅଦାଲତରେ ହେବ ଶୁଣାଣି

ଜ୍ଞାନବାପୀ ମାମଲାରେ ଆଜି ବାରାଣସୀ ଜିଲ୍ଲା ଅଦାଲତରେ ହେବ ଶୁଣାଣି

ବାରାଣସୀ: ଉତ୍ତର ପ୍ରଦେଶରେ ଅନ୍ୟତମ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ୍ ମାମଲାରେ ଆଜି ବାରାଣସୀ ଜିଲ୍ଲା ଅଦାଲତରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ସମୟରେ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷରୁ ଓକିଲ ଜଜଙ୍କ ସାମ୍ନାରେ ହାଜର ହେବେ। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିଭିଲ କୋର୍ଟ ଶନିବାର ଜ୍ଞାନବାପୀ ମାମଲା ସହିତ ଜଡ଼ିତ ସମସ୍ତ ଫାଇଲ ଏବଂ ପ୍ରମାଣପତ୍ର ଜିଲ୍ଲା ଜଜ କୋର୍ଟଙ୍କୁ ହସ୍ତାନ୍ତର କରିଥିଲେ। ସୂଚନାଯୋଗ୍ୟ, ଡାକ୍ତର ଅଜୟ କୃଷ୍ଣା ବିଶ୍ୱେଶା ଜିଲ୍ଲା ଏବଂ ଦୌରାଜଜ ବାରାଣସୀ ଅଛନ୍ତି, ଯିଏକି ଜ୍ଞାନବାନୀ ମସଜିଦ ମାମଲାରେ ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ଶୁଣାଣି କରିବେ। ଅଞ୍ଜୁମନ ଇତେଜାମିୟା କମିଟିର ପ୍ରତିନିଧିତ୍ୱ କରୁଥିବା ଓକିଲ ଅଭୟ ନାଥ ଯାଦବ କହିଛନ୍ତି ଯେ, ପୂର୍ବରୁ ଏହା ନିର୍ଦ୍ଧାରଣ କରାଯାଉ ଯେ, ମାମଲା ଚାଲିବା ଯୋଗ୍ୟ କି ନାହିଁ। ସୂଚନାଯୋଗ୍ୟ ଶୁକ୍ରବାର ଜ୍ଞାନବାପୀ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ବାରାଣସୀ ଜିଲ୍ଲା ଜଜଙ୍କୁ କେସ ହସ୍ତାନ୍ତର କରିଛନ୍ତି । କୋର୍ଟ କହିଛନ୍ତି ଯେ, ଶିବଲିଙ୍ଗ ମିଳିଥିବା ସ୍ଥାନ ସିଲ ରହିବ। ସୁପ୍ରିମକୋର୍ଟ ଶୁକ୍ରବାର ହୋଇଥିବା ଶୁଣାଣିରେ କହିଥିଲେ ଯେ, ଏହି ମାମଲାକୁ ସିଭିଲ ଜଜ ବରିଷ୍ଠ ଡିଭିଜନ ବାରାଣସୀରୁ ଜିଲ୍ଲା ଜଜ ବାରାଣସୀକୁ ହସ୍ତାନ୍ତର କରାଯାଉ। ମୁସଲିମ ପକ୍ଷ ଦ୍ୱାରା ଆବେଦନ ହୋଇଥିବା ମାମଲାର ଶୁଣାଣି ପାଇଁ ଜିଲ୍ଲା ଜଜଙ୍କ ଦ୍ୱାରା ପ୍ରାଥମିକତା ଆଧାରରେ ନିର୍ଣ୍ଣୟ ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking