34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜ୍ଞାନବାପି ମସ୍‌ଜିଦ୍ ମାମଲା: ହସ୍ତକ୍ଷେପ ପାଇଁ ମନାକଲେ ସୁପ୍ରିମକୋର୍ଟ

ଜ୍ଞାନବାପି ମସ୍‌ଜିଦ୍ ମାମଲା: ହସ୍ତକ୍ଷେପ ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପୀ ମସ୍‌ଜିଦ୍ ମାମଲା ଉପରେ ସୁପ୍ରିମ କୋର୍ଟ ଶୁକ୍ରବାର ତୃତୀୟ ଥର ପାଇଁ ଶୁଣାଣି ହୋଇଥିଲା । ତିନି ଜଜ୍‌ଙ୍କୁ ନେଇ ଗଠିତ ବେଞ୍ଚ୍ ମାମଲାକୁ ବାରାଣସୀ ଜିଲ୍ଲା ଜଜ୍‌ଙ୍କୁ ଟ୍ରାନ୍ସଫର୍ କରିଦେଇଛନ୍ତି । ଅର୍ଥାତ୍ ଏବେ ମାମଲାର ଶୁଣାଣି ବାରାଣସୀ ଜିଲ୍ଲା ଜଜ୍ କରିବେ । କୋର୍ଟ କହିଥିଲେ, ଜ୍ଞାନବାପୀ ମେଣ୍ଟେନେବିଲିଟି ମାମଲାକୁ ପ୍ରାଥମିକତାର ସହ ଶୁଣାଯିବା ଉଚିତ ଏବଂ ଏଥି ପାଇଁ ଜିଲ୍ଲା ଜଜ୍ ସକ୍ଷମ, ଯାହାଙ୍କର ବହୁ ଅନୁଭବ ରହିଛି । ସର୍ବୋଚ୍ଚ କୋର୍ଟ କହିଥିଲେ, ଏହି ମାମଲାର ନିଷ୍ପତ୍ତି ଜିଲ୍ଲା କୋର୍ଟ ହିଁ କରିବେ । ଏହି ଅବସରରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ପିଏସ୍ ନରସିହ୍ମାଙ୍କ ବେଞ୍ଚ୍ ୮ ସପ୍ତାହ ଅର୍ଥା ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଶୁଣାଣି ଶେଷ କରିବାକୁ ଜିଲ୍ଲା ଜଜ୍‌ଙ୍କୁ କହିଛନ୍ତି । ସେ ପର୍ଯ୍ୟନ୍ତ ୧୭ ତାରିଖର ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟ ଦେଇଥିବା ନିର୍ଦ୍ଦେଶ ଯଥା କଥିତ ଶିବଲିଙ୍ଗ ଥିବା ସ୍ଥାନକୁ ସୁରକ୍ଷିତ ରଖାଯିବ, ମୁସ୍‌ଲିମ୍‌ଙ୍କୁ ନମାଜ ପଢ଼ିବା ପାଇଁ ବାରଣ କରାଯାଇପାରିବ ନାହିଁ ଏବଂ କେବଳ ୨୦ ଜଣଙ୍କ ନମାଜ ପଢ଼ିବା ଆଦେଶ ଏବେ ଲାଗୁ ହେବନାହିଁ ।

ମାମଲାର ଶୁଣାଣି ବେଳେ ୧୯୯୧ର ପ୍ଲେସ୍ ଅଫ୍ ଓରଶିପ୍ ଆକ୍ଟ ଉଠାଇ ଜ୍ଞାନବାପୀର ସର୍ଭେ ପାଇଁ ଆଦେଶ ଦେବା ଭୁଲଥିଲା ବୋଲି ମୁସ୍‌ଲିମ୍ ପକ୍ଷଙ୍କ ଓକିଲ କହିଥିଲେ । ଏହା ଉପରେ ସୁପ୍ରିମକୋର୍ଟ ଏହି ଆଇନର ସେକ୍ସନ୍ ୩ ଉପସ୍ଥାପନ କରି କହିଥିଲେ ସର୍ଭେ ଆଦେଶରେ କୌଣସି ତ୍ରୁଟି ନାହିଁ । ବେଞ୍ଚ୍‌ର ସିନିୟର ସଦସ୍ୟ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ, ଧାର୍ମିକସ୍ଥଳର ଚରିତ୍ର ସ୍ଥିର କରିବା ମଧ୍ୟ ଆମର କାର୍ଯ୍ୟ । କୌଣସି ସ୍ଥାନର ଏପରି ହାଇବ୍ରିଡ୍ ଚରିତ୍ର ରହିଥିଲେ ଏହାର ନିର୍ଦ୍ଧାରଣ ପାଇଁ ତଦନ୍ତ ହୋଇପାରିବ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ ୧୯୯୧ର ପ୍ଲେସେଜ୍ ଅଫ୍ ଓର୍‌ଶିପ୍ ଆକ୍ସ ଏହି ମାମଲାରେ କୌଣସି ବାଧା ସୃଷ୍ଟିକରିବ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି । ସେହିପରି ସର୍ବୋଚ୍ଚ କୋର୍ଟ କମିଶନର ନିଯୁକ୍ତିକୁ ମଧ୍ୟ ଭୁଲ ବୋଲି ସର୍ବୋଚ୍ଚ କୋର୍ଟ ମାନିନାହାନ୍ତି । କୋର୍ଟ କହିଛନ୍ତି କମିଶନ ଗଠନ କରାଯାଇପାରିବ ଏବଂ କମିଶନ ନିଜ ରିପୋର୍ଟ ପ୍ରଦାନ କରିପାରିବେ ।

ଏହା ଏକ ଜଟିଳ ସାମାଜିକ ସମସ୍ୟା ବୋଲି କୋର୍ଟ କହିଛନ୍ତି । ଏଥିରେ ମନୁଷ୍ୟ ଦ୍ୱାରା କରାଯାଇଥିବା କୌଣସି ବି ସମାଧାନ ସଠିକ୍ ହୋଇନପାରେ । ଶାନ୍ତି ବ୍ୟବସ୍ଥା ବଜାୟ ରହିବା ଉପରେ ଆମର ଆଦେଶ ଥିଲା । ଏହି କାର୍ଯ୍ୟ ଅନ୍ତରୀଣ ଆଦେଶରେ ମଧ୍ୟ ହୋଇପାରିବ । ଆମେ ଦେଶର ଏକତା ପାଇଁ ଏକ ସଂଯୁକ୍ତ ମିଶନରେ ରହିଛି । କମିଶନଙ୍କ ରିପୋର୍ଟ ଲିକ୍‌କୁ ନେଇ ସର୍ବୋଚ୍ଚ କୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହ ରିପୋର୍ଟ ଲିକ୍ ହେବ ଉଚିତ ନୁହେଁ ବୋଲି ବେଞ୍ଚ୍ ମନ୍ତବ୍ୟ ଦେଇଥିଲେ । ବେଞ୍ଚ୍ କହିଥିଲେ ଏହାକୁ କେବଳ ଜଜ୍ ହିଁ ଖୋଲିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking