30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏହି ରାଜ୍ୟରେ ବର୍ଷେ ଯାଏଁ ବ୍ୟାନ୍ ହେଲା ଗୁଟ୍‌ଖା ଓ ପାନ ମସଲା

ଏହି ରାଜ୍ୟରେ ବର୍ଷେ ଯାଏଁ ବ୍ୟାନ୍ ହେଲା ଗୁଟ୍‌ଖା ଓ ପାନ ମସଲା

ନୂଆଦିଲ୍ଲୀ : ରାଜ୍ୟରେ ଗୁଟ୍‌ଖା ଓ ପାନ ମସଲାର ବିକ୍ରି ଓ ତିଆରି ଉପରେ ରୋକ୍ ଲଗାଇଲେ ହରିୟାଣା ସରକାର । ବର୍ଷେ ପାଇଁ ବଢ଼ିଲା ବ୍ୟାନ୍ । ରାଜ୍ୟ ଖାଦ୍ୟ ଏବଂ ଔଷଧୀ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଏକ ଅଧିସୂଚନା ଜାରି କରାଯାଇଛି । ଜାରି ଅଧିସୂଚନା ଅନୁସାରେ, ୭ ସେପ୍ଟେମ୍ବର , ୨୦୨୧ରୁ ବର୍ଷେ ଯାଏଁ ତମାଖୁ ଉତ୍ପାଦର କିଣା ବିକା ଉପରେ ରୋକ୍ ଲଗାଇ ଦିଆଯାଇଛି । ଏହି ନିର୍ଦ୍ଦେଶ ସେପ୍ଟେମ୍ବର ୨୦୨୨ ଯାଏଁ ଲାଗୁ ହେବ । ସୂଚନାଯୋଗ୍ୟ ଯେ ଗତବର୍ଷ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ହରିୟାଣା ସରକାର ପାନ ମସଲା, ଗୁଟ୍‌ଖା ଭଳି ତମାଖୁ ଉତ୍ପାଦର ବିକ୍ରି ଉପରେ ବର୍ଷେ ପାଇଁ ପ୍ରତିବନ୍ଧକ ଲଗାଇଥିଲେ । ସାର୍ବଜନୀନ ସ୍ଥାନରେ ଲୋକଙ୍କୁ ଛେପ ପକାଇବାରୁ ନିବୃତ୍ତ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାରଣ ପ୍ରଥମେ ଛେପ ମାଧ୍ୟମରେ କରୋନା ସଂକ୍ରମଣ ବଢ଼ୁଥିଲା । ଏବେ ରାଜ୍ୟ ସରକାର ଏହି ପ୍ରତିବନ୍ଧକକୁ ଆଉ ବର୍ଷେ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ବର୍ଷ ସେପ୍ଟେମ୍ବର ଯାଏଁ ଏହି ପ୍ରତିବନ୍ଧକ ବଢ଼ିଛି । ଜାରି କରାଯାଇଥିବା ଅଧିନିୟମରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking