39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗରାଜଗୋପାଳ ମିଶ୍ରଙ୍କୁ ଗୁରୁ କେଳୁଚରଣ ପୁରସ୍କାର

ରାଜଗୋପାଳ ମିଶ୍ରଙ୍କୁ ଗୁରୁ କେଳୁଚରଣ ପୁରସ୍କାର

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ  ଗୁରୁ କେଳୁଚରଣ ପୁରସ୍କାର ଘୋଷଣା କରାଯାଇଛି । ରାଜଗୋପାଳ ମିଶ୍ର ଏକବର୍ଷର ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପାଇବେ । ଜୀବନବ୍ୟାପୀ ସାଧନା ପାଇଁ ସିନେମାଟୋଗ୍ରାଫର ରାଜଗୋପାଳଙ୍କୁ ଏହି ସମ୍ମାନ ମିଳିବ । ସେହିପରି ଓଡ଼ିଶୀ ନୃତ୍ୟ ପାଇଁ ପ୍ରଭାତ ସ୍ୱାଇଁ ଜିକେଏମ ଯୁବ ପ୍ରତିଭା ସମ୍ମାନ ପାଇବେ ।

ଏଥିସହ ଓଡ଼ିଶା ସଂଗୀତ ପାଇଁ ହିମାଂଶୁ ସ୍ୱାଇଁ ଯୁବ ପ୍ରତିଭା ସମ୍ମାନ ପାଇବେ । ରାଜଗୋପାଳଙ୍କୁ ଲକ୍ଷେ ଓ ହିମାଂଶୁ ଓ ପ୍ରଭାତଙ୍କୁ ୨୫-୨୫ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି । ସେମାନଙ୍କୁ ସ୍ୱତନ୍ତ୍ର ଭର୍ଚୁଆଲ ଉତ୍ସବରେ ପୁରସ୍କୃତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେପ୍ଟେମ୍ବର ୫ରୁ ୯ ତାରିଖ ଯାଏଁ ଜିକେଏମ ପୁରସ୍କାର ପ୍ରଦାନ ଉତ୍ସବ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking