28.1 C
Bhubaneswar
Thursday, March 28, 2024
Homeଓଡିଶାନବନିଯୁକ୍ତ ଓଏଏସ ଅଫିସରଙ୍କୁ 5T ସଚିବ ଭି.କେ ପାଣ୍ଡିଆନଙ୍କ ଗୁରୁମନ୍ତ୍ର

ନବନିଯୁକ୍ତ ଓଏଏସ ଅଫିସରଙ୍କୁ 5T ସଚିବ ଭି.କେ ପାଣ୍ଡିଆନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ନବନିଯୁକ୍ତ ଓଏଏସ ଅଫିସରଙ୍କୁ 5T ସଚିବ ଭି.କେ ପାଣ୍ଡିଆନଙ୍କ ଗୁରୁମନ୍ତ୍ର । ଗାନ୍ଧିଜୀଙ୍କ ଟାଲିସମାନ ଫର୍ମୁଲାରେ କାମ କରିବାକୁ ଦେଲେ ଗୁରୁମନ୍ତ୍ର । ବାପୁଙ୍କ ଟାଲିସମାନ ମୁଖ୍ୟମନ୍ତ୍ରୀଙ୍କ ଗାଇଡିଂ ପ୍ରିନ୍ସିପଲ । ତାହା ଆମର ବି ପଥ ପ୍ରଦର୍ଶକ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି । ଗାନ୍ଧିଜୀଙ୍କ ଟାଲିସମାନ କହେ, ସମାଜର ଶେଷ ମଣିଷ ପାଖରେ ସୁବିଧା ପହଞ୍ଚିବା ଦରକାର । ଯେହେତୁ ଆମେ ସମସ୍ତେ ଜନସେବା କରୁଛେ, ତେଣୁ ଆମ ନିର୍ଣ୍ଣୟ ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିପାରିବ । ଜଣେ ଗିରବ ଲୋକ କଥା ଭାବିବା ଏବଂ ତା’ର ସହାୟତା ପାଇଁ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଆମେ ଏମିତି କିଛି କାମ କରିବା ଯାହାର ଫଳ ଜଣେ ଗରିବ ଲୋକ ପାଖରେ ପହଞ୍ଚି ପାରିବ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ଏହାସହ ସବୁ ନବନିଯୁକ୍ତ ଓଏଏସ ଅଫିସରଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking