43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶହାଇକୋର୍ଟରେ ଗୁରଜିତ୍‌ଙ୍କୁ ଆଶ୍ୱସ୍ତି

ହାଇକୋର୍ଟରେ ଗୁରଜିତ୍‌ଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଟିମ୍‌ର ତାରକା ଖେଳାଳି ଗୁରଜିତ୍ କୌର୍‌ଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟ ଆଶ୍ୱସ୍ତ କରିବା ଭଳି ରାୟ ଦେଇଛନ୍ତି । ଦଳର ପୂର୍ବତନ ମୁଖ୍ୟ କୋଚ୍ ସିଓର୍ଡ ମାରିନେ ବୁଧବାର ଏକ ପୁସ୍ତକ ପ୍ରକାଶ କରିବାକୁ ଯାଉଥିବା ବେଳେ ଏହି ପୁସ୍ତକରେ କୌରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ପ୍ରକାର ତଥ୍ୟ ଦେବାକୁ ହାଇକୋର୍ଟ ଲେଖକ ଓ ପ୍ରକାଶକଙ୍କୁ ବାରଣ କରିଛନ୍ତି । ଜଷ୍ଟିସ୍ ସିଦ୍ଧାର୍ଥ ମ୍ରିଦୁଲ୍ ଓ ଜଷ୍ଟିସ୍ ଅମିତ୍ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କୌର୍‌ଙ୍କ ଆବେଦନର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ପ୍ରକାଶକ ଖେଳାଳିଙ୍କ ସହ ଜଡ଼ିତ କୌଣସି ତଥ୍ୟ କଦାପି ଗୋପନୀୟ ନୁହେଁ ବୋଲି ଯୁକ୍ତି ଦର୍ଶାଇବା ପରେ ଗୁରଜିତ୍ ଏହି ମାମଲାରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking