34.1 C
Bhubaneswar
Friday, March 29, 2024
Homeଓଡିଶା୧ରୁ ଖୋଲିବ ଗୁପ୍ତେଶ୍ୱର ମନ୍ଦିର

୧ରୁ ଖୋଲିବ ଗୁପ୍ତେଶ୍ୱର ମନ୍ଦିର

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଖୋଲିବ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର । ମନ୍ଦିର ଭିତରେ ଏକକାଳୀନ ୭ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ମନ୍ଦିରରେ ଭୋଗ ଲଗାଇବା କିମ୍ବା ପ୍ରସାଦ ସେବନ ବାରଣ ରହିଛି । ଯଦି କିଏ କୋଭିଡ କଟକଣା ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ । ତେବେ ରାଜ୍ୟରେ କରୋନାରେ ଦୈନିକ ସଂକ୍ରମଣ ଏବେ ବି ଜାରି ରହିଛି । ହଜାରେ ଭିତରେ ଆକ୍ରାନ୍ତ ଏବେ ଚିହ୍ନଟ ହେଉଛନ୍ତି । ସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ରହିଥିବାରୁ ସରକାର ସମସ୍ତ ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ କଟକଣା ଭିତରେ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ପରିଦର୍ଶନ ସମୟରେ କଡାକଡି ଭାବେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି ।

ସୂଚନାଯୋଗ୍ୟ , ରାଜ୍ୟରେ ଏବେ ଶିଶୁ ସଂକ୍ରମଣ ସାଙ୍ଘାତିକ ରୂପ ନେଲାଣି । ଶିଶୁଙ୍କ ପ୍ରତି ବିପଦ ଘନେଇବାରେ ଲାଗଛି । ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ପୁଣି ୧୦୬ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରେ ଶୂନ୍‌ରୁ ୧୮ ବର୍ଷ ବୟସ୍କ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଭାଗ ଯେଉଁ ତଥ୍ୟ ଦେଇଛି ତାହା ଚମକାଇ ଦେଲା ଭଳି ।  ଗତକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ ୪ ପିଲା ଏସ୍‌ଏନ୍‌ସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ୨ ପିଲାଙ୍କୁ ଅଭିଭାବକଙ୍କ ଇଛାରେ କଟକ ରେଫର କରାଯାଇଛି । ପଜିଟିଭ ଥିବା ୧୨ ପିଲାଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ମାସକରୁ ଅଧିକ ଥିବା ସୂଚନା ଦେଇଛନ୍ତି ସିଡିଏମଓ ଦୁଲାଲସେନ ଜଗଦ୍ଦେବ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୮ ବର୍ଷ କମ୍ ୧୦୬ ଜଣ ଶିଶୁ ଓ କିଶୋର -କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୪୭୫ ଜଣ ଓ ୩୪୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୯୧ଜଣ ରହିଛନ୍ତି । ସେହିପରି ଅନୁଗୋଳରୁ ୧୩, ବାଲେଶ୍ବରରୁ ୪୬, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗୀରରୁ ୩, କଟକରୁ ୧୧୬, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୯, ଗଞ୍ଜାମରୁ ୯, ଜଗତସିଂହପୁରରୁ ୩୪, ଯାଜପୁରରୁ ୩୧, ଝାରସୁଗୁଡାରୁ ୧, କଳାହାଣ୍ତିରୁ ୪, କନ୍ଧମାଳରୁ୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୧୬, କୋରାପୁଟରୁ ୫, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୭, ନୟାଗଡ଼ରୁ ୧୨, ନୂଆପଡାରୁ ୧, ପୁରୀ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୬ ଏବଂ ଷ୍ଟେଟ ପୁଲ୍‌ରୁ ୬୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୪ହଜାର ୮୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୨୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୮୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୭୮୦୭୫୫୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking