34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବର୍ଷକ ବାରମାସ ପାଣି ଭିତରେ ରୁହନ୍ତି ମା’ ଗୁପ୍ତଚଣ୍ଡୀ: ଜାଣନ୍ତୁ ଏହା ପଛର କାରଣ କଣ...

ବର୍ଷକ ବାରମାସ ପାଣି ଭିତରେ ରୁହନ୍ତି ମା’ ଗୁପ୍ତଚଣ୍ଡୀ: ଜାଣନ୍ତୁ ଏହା ପଛର କାରଣ କଣ ରହିଛି

ନୂଆଦିଲ୍ଲୀ: ଓଡ଼ିଶାରେ ଅନେକ ପୁରାତନ ମନ୍ଦିର ରହିଛି । ଅଲୌକିକ ମହିମାରେ ପରିପୂର୍ଣ୍ଣ ଓଡ଼ିଶାର ସମସ୍ତ ମନ୍ଦିର । ସମସ୍ତ ମନ୍ଦିରର ଦେବାଦେବୀ ମାନଙ୍କୁ ନୀତି ନିୟମ ଅନୁସାରେ ପୂଜା କରାଯାଇଥାଏ । ସେହିପରି ଫୁଲ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କରାଯାଏ ମନ୍ଦିରର ଦେବାଦେବୀ ମାନଙ୍କୁ । କିନ୍ତୁ ଐତିହାସିକ ସ୍ଥାନ ମାନଙ୍କ ମଧ୍ୟରେ ଏପରି ଏକ ମନ୍ଦିର ଅଛି ଯେଉଁ ମନ୍ଦିରର ଦେବୀଙ୍କୁ ପୂଜା କରି ହୁଏ ନାହିଁ । କାରଣ ମନ୍ଦିରଟି ବର୍ଷକ ବାରମାସ ପାଣିରେ ବୁଡ଼ି ରହିଥାଏ ।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ଖୁଂକୁଟରେ ଅବସ୍ଥିତ ମା’ ଗୁପ୍ତଚଣ୍ଡୀ ମନ୍ଦିର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ଏକ ବୃହତ ଜଳାଶୟ ମଝିରେ ହିଁ ମନ୍ଦିରଟି ବୁଡ଼ି ରହିଥିବାର ଦେଖିବାକୁ ମିଳେ । ଜଳାଶୟ ଭିତରେ ବୁଡ଼ି ରହିଥିବା ଏହି ମନ୍ଦିରଟିର କେବଳ ଚୂଡ଼ା ବାହାରକୁ ଦୃଶ୍ୟମାନ ହୋଇଥାଏ । ମନ୍ଦିର ଭିତରେ ମା’ ଗୁପ୍ତଚଣ୍ଡୀ ଅବସ୍ଥାନ କରୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ପାଣି ଭିତରେ ଗୁପ୍ତ ଭାବେ ରହିଥିବାରୁ ଦେବୀଙ୍କୁ ଗୁପ୍ତଚଣ୍ଡୀ ମଧ୍ୟ କହିଥାନ୍ତି । ଦୀର୍ଘ ବର୍ଷ ଧରି ପାଣିରେ ରହିଥିବାରୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ନ ପାଇ ବାହାରୁ ଫେରି ଯାଇଥାଆନ୍ତି । କେବଳ ସେତିକି ନୁହେଁ, ମନ୍ଦିରର ପୂଜକମାନେ ବାହାରୁ ହିଁ ମା’ଙ୍କର ପୂଜାର୍ଚ୍ଚନା କରିଥାନ୍ତି ।

ପ୍ରଖ୍ୟାତ ଦେବୀ ଗୁପ୍ତଚଣ୍ଡୀ ଗଡ଼ଦେବୀ ଭାବେ ମଧ୍ୟ ପରିଚିତ । ଗଡ଼ ମଧ୍ୟରେ ମା’ ଅବସ୍ଥାନ କରୁଥିବାରୁ ମା’ଙ୍କୁ ଗଡ଼ଚଣ୍ଡୀ ମଧ୍ୟ କୁହାଯାଇଥାଏ । କାହିଁ କେଉଁ ଅନାଦି କାଳରୁ ମା’ ଗୂପ୍ତଚଣ୍ଡୀ ଏହି ମନ୍ଦିରରେ ରହିଛନ୍ତି ବୋଲି ବିଶ୍ୱାସ ରହିଛି । ନୀଳଗିରି ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ତାଙ୍କ ରାଜତ୍ୱ କାଳରେ ଏହି ମନ୍ଦିରର ନିର୍ମାଣ କରିଥିଲେ । ପଶୁ ଶିକାର କରିବା ପାଇଁ ଏକ ତିନି ମହଲା ବିଶିଷ୍ଟ କୋଠା ନିର୍ମାଣ କରିଥିଲେ ଏବଂ ଏକ ଗଡ଼ ମଧ୍ୟ ନିର୍ମାଣ କରିଥିଲେ ରାଜା କିଶୋର ଚନ୍ଦ୍ର । ଏହି ଗଡ଼ରେ ମା’ ଗଡ଼ଚଣ୍ଡୀଙ୍କୁ ରାଜା ପୂଜା କରୁଥିବାର ଲୋକକଥା ରହିଛି । ଏହାପରେ ଏହି ଗଡ଼ରୁ ମା’ଙ୍କୁ ସ୍ଥାନାନ୍ତର କରି ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ ନୀଳଗିରିର ରାଜନ । କିନ୍ତୁ ମା ଗୁପ୍ତଚଣ୍ଡୀଭ୍କର ମହିମା ଥିଲା ଅନ୍ୟ କିଛି । ସେ ସେଠାରୁ ଯିବାକୁ ଚାହୁଁ ନଥିଲେ , ତେଣୁ ଏହି ସ୍ଥାନରୁ ଉଠି ନଥିଲେ ଦେବୀ ଗୁପ୍ତଚଣ୍ଡୀ । ପରେ ରାଜା ମା’ ଗଡ଼ଚଣ୍ଡୀଙ୍କ ଚାରି ପାଖରେ ହିଁ ଏକ ମନ୍ଦିର ତୋଳାଇ ଥିଲେ । ମା’ଙ୍କର ନିର୍ଦ୍ଦେଶରେ ହିଁ ରାଜା ସମସ୍ତ କାର୍ଯ୍ୟ କରୁଥିଲେ ବୋଲି ସେ କାଳର ଲୋକମାନେ ପ୍ରକାଶ କରିଛନ୍ତି ।

କିମ୍ବଦନ୍ତୀ ଅନୁସାରେ ମା’ ପ୍ରଥମେ ସ୍ଥଳଭାଗରେ ରହି ପୂଜା ପାଉଥିଲେ କିନ୍ତୁ କାଳକ୍ରମେ ମା’ଙ୍କ ମନ୍ଦିର ଜଳମଗ୍ନ ହୋଇ ଯାଇଛି । ସେହିପରି ମା’ଙ୍କ ମନ୍ଦିର ଜଳାଶୟରେ ରହିଥିବାର ଅନ୍ୟ ଏକ କାରଣ ହେଉଛି ସେଠାରେ ନିର୍ମିତ ହୋଇଥିବା ଡ୍ୟାମ । ଡ୍ୟାମର ପାଣିରେ ମନ୍ଦିରଟି ବୁଡ଼ି ଯାଇଥିବା ଲୋକମାନେ କୁହନ୍ତି । ତେଣୁ ବାରମାସ ଏହି ମନ୍ଦିରରେ ପାଣି ଭିତରେ ବୁଡି ରହିଥାନ୍ତି ମା ଗୁପ୍ତଚଣ୍ଡୀ । ଯାହା ଫଳରେ ଭକ୍ତମାନେ ମାଙ୍କୁ ଦର୍ଶନ କରିବା ପାଇଁ ଚାହିଁଲେ ବି କରି ପାରନ୍ତି ନାହିଁ । ଏପରିକି ପୂଜକ ପୂଜା କରିବା ପାଇଁ ମଧ୍ୟ ମା’ଙ୍କ ଦର୍ଶନ ପାଆନ୍ତି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking