28.1 C
Bhubaneswar
Friday, March 29, 2024
Homeଓଡିଶାଚନ୍ଦ୍ରପୁର ବ୍ଲକ ଅପହଞ୍ଚ ଇଲାକାରେ ଗୁଣୁପୁର ଉପ ଜିଲ୍ଲାପାଳ

ଚନ୍ଦ୍ରପୁର ବ୍ଲକ ଅପହଞ୍ଚ ଇଲାକାରେ ଗୁଣୁପୁର ଉପ ଜିଲ୍ଲାପାଳ

ରାୟଗଡା: ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅପହଞ୍ଚ ଇଲାକାରେ ଗୁଣୁପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଚନ୍ଦ୍ରପୁର ବ୍ଲକର ହନମନ୍ତପୁର ଗ୍ରାମ ପଞ୍ଚାୟତର ଗୋଣ୍ଡାମା,ମହାପଙ୍ଗା,ବନ୍ଧୁଗାଁ,ସୁରୁଗୁଡା ଓ ବିଜାପୁର ଗ୍ରାମପଞ୍ଚାୟତର ସୁରୁଲୁ,ଶିଖରଗୁଡା,ସୁରେସି ଆଦି ଅଞ୍ଚଳ ଗସ୍ତ କରି କରିଛନ୍ତି । ଉପ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଚନ୍ଦ୍ରପୁର ଭଳି ଅଞ୍ଚଳର ସମସ୍ତ ଜନସାଧାରଣ ସରକାରଙ୍କ ସମସ୍ତ ସୁବିଧା ପାଉଛନ୍ତି ନା ନାହିଁ ତାହାର ସମୀକ୍ଷା କରିଥିଲେ । ଜୀବନ ଜୀବିକା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ଉପ ଜିଲ୍ଲାପାଳ ନିଜେ ବହୁ ରାସ୍ତା ଚାଲି ଚାଲି ଓ ନଦୀପାର କରି ବୁଲି ଦେଖିଥିଲେ । ଶ୍ରୀ ଜେ ସୋନାଲଙ୍କ ଚନ୍ଦ୍ରପୁର ଅଞ୍ଚଳଗସ୍ତ ଅଞ୍ଚଳ ବାସୀଙ୍କ ମନରେ ନୂଆ ଖୁସି ଆଣିଦେଇଛି । ଉପ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଚନ୍ଦ୍ରପୁର ବିଡ଼ିଓ ଶ୍ରୀ ଜର୍ଜ ଡୁଙ୍ଗ ଡୁଙ୍ଗ,ତହସିଲଦାର ଶ୍ରୀ ମତୀ ଇପ୍ସିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking