ଶିଶୁ ଓ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିଲେ ଶିଶୁ

ଗୁଣୁପୁର : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ତଥା ଶିଶୁ ଦିବସ ପାଳିତ ହୋଇଯାଇଛି । ଶିଶୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥାଏ । ସମ୍ପ୍ରତି ସମାଜରେ ଶିଶୁ ନିର୍ଯ୍ୟାତନାକୁ ବନ୍ଦ କରିବା ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଆମ ଦେଶର ବୀର ଯବାନଙ୍କ ବୀରତ୍ବ ଓ ବଳିଦାନ ଉଦ୍ଧେଶ୍ୟରେ ରାୟଗଡା ଜିଲ୍ଲା ଗୁଣୁପୁର ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନର କୁନି କୁନି ପିଲା ଶନିବାର ଆଲୋକର ପର୍ବ ଦୀପାବଳି ପାଳନ ଉଦେଶ୍ୟରେ ସରକାରଙ୍କ ନିର୍ଦେଶକୁ ମାନି ବାଣ ନ ଫୁଟାଇ କେବଳ ଦୀପ ଜାଳି ଏହି ଉତ୍ସବ ପାଳନ କରାଯାଇଥିଲା । ଶିଶୁ ଓ ବୀର ଯବାନଙ୍କ ପାଇଁ ଦୀପ ଜାଳି ବେଶ ଖୁସି ବୋଲି ଅନ୍ତେବାସୀମାନେ କହିଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ବାଞ୍ଛାନିଧି ମହାନ୍ତି ଆଜିର ଦିବସର ଗୁରୁତ୍ୱ ସମ୍ପର୍କରେ ଶିଶୁ ମାନଙ୍କୁ ବୁଝାଇ ଥିବାବେଳେ, ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here