ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, ଖାଁ ଖାଁ ପୂଜା ମଣ୍ଡପ

ଗୁଣୁପୁର : ଧରା ପୃଷ୍ଠକୁ ଅବତରି ଆସିଛନ୍ତି ଧନ ଦାତ୍ରୀ ମା’ଗଜଲକ୍ଷ୍ମୀ । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ । ପୁରୁଣା ଗୁଣୁପୁର ପାଇକ ସାହି ଠାରେ ଚାଲିଛି ମା’ଙ୍କ ଆରାଧନା । ହେଲେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଖାଁ ଖାଁ ରହିଛି ପୂଜା ମଣ୍ଡପ । ବିନା ଭକ୍ତଙ୍କ ସମାଗମରେ କେବଳ ପୂଜକ ଓ କର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା । କୌଣସି ପ୍ରକାର ସାଂସ୍କୃତିକ ମନରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ । ବିଧିବିଧାନ ମୁତାବକ ସମସ୍ତ ପୂଜାର୍ଚ୍ଚନା କରାଯାଇଛି । ବିଶ୍ବରୁ କରନା ମହାମାରୀ ଦୂର କରି ସମସ୍ତଙ୍କୁ କରୁଣା ଦୃଷ୍ଟିରେ ଚାହିଁଥାନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here