ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିର୍ମିତ ରାସ୍ତା କାମର ପାରିଶ୍ରମିକ ମିଳିନଥିବା ଅଭିଯୋଗ

ଗୁଣୁପୁର : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ଯୋଜନାରେ ନିର୍ମାଣ ହୋଇଛି ରାସ୍ତା କାମ । ହେଲେ ଏଯାଏଁ ମିଳିନି ଶ୍ରମିକଙ୍କ ମଜୁରୀ । ଏଭଳି ଅଭିଯୋଗ ହୋଇଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଲତାର ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ କୁଡ଼ିଆ ଗ୍ରାମରେ । ଗତ 2017_18 ଆର୍ଥିକ ବର୍ଷରେ ନୂଆଗାଁ କୁଡ଼ିଆ ଠାରୁ ନଦୀ ଘାଟ ଯାଏଁ ଏକ କିଲୋମିଟର ରାସ୍ତା ନରେଗା ଯୋଜନାରେ ପ୍ରାୟ 5 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ କରାଯାଇଥିଲା । ହେଲେ ଆଜି ସୁଦ୍ଧା ଶ୍ରମିକଙ୍କ ଜମା ଖାତା କୁ ପ୍ରାୟ 2 ଲକ୍ଷ 30 ହଜାର ଟଙ୍କା ଆସିଥିବା କହିଛନ୍ତି । ବାକି ଟଙ୍କା ଏଯାଏଁ ମିଳିପାରିନାହିଁ । ଏନେଇ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ବାରମ୍ବାର ସରପଞ୍ଚ, ଗ୍ରାମ ସେବକ ଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ତେଣୁ ତୁରନ୍ତ ଏହି ଟଙ୍କା ପ୍ରଦାନ କରିବାକୁ ଗ୍ରାମର ରାମ ଶବର, କାର୍ତ୍ତିକ ଶବର, ଜଗଦୀଶ ଶବର ପ୍ରମୁଖ ଦାବି କରିଛନ୍ତି । ଏନେଇ ଗୁଣୁପୁର ବିଡ଼ିଓ ଙ୍କୁ ଅବଗତ କରାଇବାରୁ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here