27.1 C
Bhubaneswar
Thursday, April 25, 2024
Homeଓଡିଶାଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ବୈଠକ

ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ବୈଠକ

ଗୁଣପୁର : ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଏକ ବୈଠକ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ ଙ୍କ ନେତୃତ୍ୱରେ କୋବିଡ୍ ର ସମସ୍ତ ନିୟମକୁ ମାନି ରାୟଗଡ଼ା ସ୍ଥିତ ଠକ୍କର ବାପା ଆଶ୍ରମରେ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାସ ଯୋଗଦେଇ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ସମସ୍ତ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ଆଶା କର୍ମୀମାନଙ୍କ ପ୍ରତି ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ପ୍ରକାରେ ହଇରାଣ ହରକତ କରି ବିଭିନ୍ନ ପ୍ରକାରେ ଭୟବିତ କରାଯାଉଛି ତାକୁ ଦ୍ଵୁଡ ନିନ୍ଦା ଏବଂ ବିରୋଧ କରିବା ସହ ବନ୍ଦ କରିବା ସହ ସମସ୍ତ ଆଶା କର୍ମୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ବିମା ବୁକ୍ତ କରିବା , ସରକାର ଘୋଷଣା କରିଥିବା ଅନୁଯାଇ କରୋନା କାର୍ଯ୍ୟରେ ମ୍ରୂତ୍ୟୁ ବରଣ କରିଥିବା ଆଶା କର୍ମୀମାନଙ୍କ ତୁରନ୍ତ ୫୦ ଲକ୍ଷ୍ୟ ଟଙ୍କା ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଓ ସମସ୍ତ ଆଶା କର୍ମୀମାନଙ୍କୁ ଆଧୁନିକ ମୋବାଇଲ ପ୍ରଦାନ କରିବା । ବ୍ଳକରେ ଥିବା BAM , BPM , ANM ମାନେ ଅଜଥାରେ ଧମକ ଦେବା ବନ୍ଦ କରିବା , ମାସିକ ପାରିଶ୍ରମିକ ୩୫୦୦ ଟଙ୍କା ୧ ତାରିଖ ରୁ ୧୦ ତାରିଖ ମଧ୍ୟରେ ପ୍ରଦାନ କରାଯିବା , କୋବିଡ ସମୟରେ କାର୍ଯ୍ୟରତ ଆଶା କର୍ମୀ ମାନଙ୍କୁ ମାସିକ ପ୍ରଛାହନ ରାସି ୫୦୦୦ ଟଙ୍କା ପ୍ରଦାନ କରାଯିବା , ଜିଲ୍ଲା ରେ ଅକ୍କିସି ମିଟର ଏବଂ ଥରମା ମିଟର ଦେଇ କିଣିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ମାନେ ବାଧ୍ୟ କରିବା ସହ ଶ୍ରମିକ ସଂଘ କୁ ବିରୋଧ କରୁଥିବା ତୁରନ୍ତ ବନ୍ଦ କରିବା ପାଇଁ ଆଲୋଚନା କରାଯାଇଥିଲା , ଏଥିପ୍ରତି ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଦ୍ରୁଷ୍ଫି ନ ଦିଅନ୍ତି ତାହାହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜ ରାସ୍ତା କୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ପ୍ରକାଶ କରିଥିଲେ ।  ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପ ସଭାପତି ଶ୍ରୀ ମହନ ରାଓ ମାଝୀ ,ଆଶା ସାଥୀ ସଂଘର ଜିଲ୍ଲା ସଂପାଦକ ମନୋରମା ବେନିୟା , ଆଶା ସଂଘର ଶ୍ରୀମତୀ ପଦ୍ମା ସେନାପତି , ବାସନ୍ତୀ ରତନାଲୁ , ଭାରତୀ ମେଲେକା , ସ୍ମିତା କଣ୍ଡାଗରି , କ୍ରୁସୀ ଗ୍ରାମୀଣ ମଜଦୁର ସଂଘ ର ଜିଲ୍ଲା ସଭାପତି ଶ୍ରୀ ପ୍ରଳୟ ସାହୁ। , ସଂପାଦକ ରବୀ ନାରାୟଣ ଗୈାଡ , ଭାଗ୍ୟ ଶ୍ରୀ ନାୟକ ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking