40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାରେ ଡକାଡକି ହୋଇ ଚାଲିଗଲେ ବାପା- ମା', , ଯାଆଁଳା ଭଉଣୀଙ୍କ ଆକୁଳ ନିବେଦନ- ଆମେ...

କରୋନାରେ ଡକାଡକି ହୋଇ ଚାଲିଗଲେ ବାପା- ମା’, , ଯାଆଁଳା ଭଉଣୀଙ୍କ ଆକୁଳ ନିବେଦନ- ଆମେ ଅନାଥ, ଆମକୁ ସାହାଯ୍ୟ କର ସରକାର 

ଗୁଣୁପୁର:  ଗୁଡ଼ିଆବନ୍ଧ ଗ୍ରାମର ଗିରଶ ସୁନାମୁଦି ଗୁଣୁପୁର ବ୍ଳକ ଡମ୍ବସରା ଗ୍ରାମର ଜ୍ୟୋତି ଚୌଧୁରୀ ଙ୍କୁ ବିବାହ କରିଥିଲେ । ଗ୍ରାମରେ ଏକ ଛୋଟ ଦୋକାନ କରି ସ୍ଵାମୀ ସ୍ତ୍ରୀ ଚାଲୁଥିବା ବେଳେ ଦୁଇ ଯାଆଁଳା ଝିଅ ଜନ୍ମ ହୋଇଥିଲେ । ପରିବାର ବଢିବାରୁ ଅଧିକ ରୋଜଗାର ଆଶା ନେଇ ଚାଲିଗଲେ ହାଇଦ୍ରାବାଦ । ତେବେ ଦ୍ୱିତୀୟ ଲହରରେ କାମଧନ୍ଦା ବନ୍ଦ ହୋଇ ଯିବାରୁ ପଦ୍ମପୁର ଅଭିମୁଖେ ଫେରୁଥିବା ବେଳେ ରାୟଗଡା ଷ୍ଟେସନରେ ଗିରିଶ ଙ୍କ ଅକାଳ ବିୟୋଗ ଘଟିଥିଲା । ପରେ ତାଙ୍କ ପତ୍ନୀ ଜ୍ୟୋତି ମଧ୍ୟ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ।

 

ଏକ ସପ୍ତାହ ମଧ୍ୟରେ ବାପା ମା ଙ୍କ ମୃତ୍ୟୁ ପରେ ଦୁଇ ଯାଆଁଳା ଝିଅକୁ ତାଙ୍କ ମାମୁଁ ଉତ୍ତମ ଚୌଧୁରୀ ନିଜ ଘରେ ଆଣି ରଖିଛନ୍ତି । ତେବେ ଉତ୍ତମ ଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଏବେ ଦୁଇ ଝିଅଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଖବର ପାଇ ଗୁଣୁପୁର ଉପଜିଲ୍ଲାପାଳ ଡମ୍ବସରା ଯାଇ ଉକ୍ତ ଶିଶୁ ଓ ଅବିଭାବକ ଙ୍କ ସହ ଆଲୋଚନା କରି ଆଇନ ଅନୁଯାୟୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଗକୁ ଏ ଦୁଇ ଯାଆଁଳା ଝିଅଙ୍କ ଭବିଷ୍ୟତ କିପରି ରହିବ ତାହା ଆଗାମୀ ସମୟ ହିଁ କହିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking