ଗୁଣପୁର : ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନ ପକ୍ଷରୁ କୋଭିଡ-୧୯ ର ଦ୍ଵିତୀୟ ଲହରୀ ପ୍ରତ୍ୟ।ଶିତ ଏବଂ ସଚେତନତା ସମ୍ପର୍କରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ଏହି ଅନଲାଇନ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଛତ୍ରପୁର ମେଡିକାଲ ର ବରିଷ୍ଠ ଶିଶୁ ବିଶେଷଜ୍ଞ ଡ଼ଃ. ଅଲେଖ ପ୍ରଧାନ ଯୋଗଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ସାମାଜିକ ଦୂରତ୍ବ ରକ୍ଷାକରିବା,ମାସ୍କ ବ୍ୟବହାର କରିବା, ସାବୁନ୍ ରେ ବାରମ୍ଵାର ହାତ ଧୋଇ କୋରନା ସଂକ୍ରମଣକୁ ରୋକିପାରିବା ନେଇ ମତବ୍ୟକ୍ତ କରିଥିଲେ। ଏହି ସଭାର ମୂଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ଲୋକନାଥ ମିଶ୍ର ଯୋଗ ଦେଇ ସ୍ବେଛାସେବୀ ମାନଙ୍କୁ ସଚେତନତା କରାଇଥିଲେ।
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ପ୍ରୋଗ୍ରାମ କୋଡିନେଟର ଡ଼ଃ.ଧ୍ରୁବ ଚରଣ ପଣ୍ଡା ଯୋଗଦେଇଥିଲେ। ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ ଏନ.ଭି.ଜେ. ରାଓ ଏହି ସଭାରେ ଯୋଗ ଦେଇ ” କୋରନା ର ପ୍ରଥମ ଲହରରୁ ଦ୍ୱିତୀୟ ଲହରର ବିଭିସିକା କେତେ ଭୟଙ୍କର ଓ କଠିନ” ବିଷୟରେ ଗୁରୁତ୍ବ ଆରୋପ କରିଥିବା ବେଳେ ସ୍ୱଚ୍ଛତା ଓ ସଚେତନତା ଏକ ହିଁ ମାଧ୍ୟମ ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ କହିଥିଲେ।
ପ୍ରାରମ୍ଭରେ ଡିନ ଏକାଡେମିକ ଡ଼.ଏ. ଭି.ଏ ନ.ଏଲ ଶର୍ମା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ରଶ୍ମି ପ୍ରଭା ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଯୋଜନା ର ଆବାହକ ଡ଼ ପ୍ରେମାନଶୁ ଶେଖର ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାଯ୍ୟକ୍ରମରେ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଡ଼.ଜୋତିର୍ମୟ ମିଶ୍ର, ତାପସ ଛୁଆଲ ସିଂ ,ଅଧ୍ୟାପିକ, ଅଧ୍ୟାପିକା, ସ୍ବେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ।