33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସିଆ ନେତାଙ୍କ ଶ୍ରାଦ୍ଧବାର୍ଷିକୀରେ ଆତଙ୍କୀ ହମ୍ଲା : ୨୯ ମୃତ

ସିଆ ନେତାଙ୍କ ଶ୍ରାଦ୍ଧବାର୍ଷିକୀରେ ଆତଙ୍କୀ ହମ୍ଲା : ୨୯ ମୃତ

କାବୁଲ: ଆଫଗାନିସ୍ତାନରେ ସଂଖ୍ୟାଲଘୁ ସିଆ ନେତା ଅବଦୁଲ ଅଲ୍ଲୀ ମଜାରିଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ବେଳେ ବନ୍ଧୁକଧାରୀମାନେ ୨୯ ଜଣଙ୍କୁ ହତ୍ୟା କରିଥିଲେ । ଦୁଇ ଆକ୍ରମଣକାରୀଙ୍କୁ ପୁଲିସ ହତ୍ୟା କରିବା ପୂର୍ବରୁ ସେମାନଙ୍କ ଅତର୍କିତ ଗୁଳି ଚାଳନାରେ ଅନେକ ଲୋକ ଆହତ ହୋଇଥିଲେ ।
ଏହି ରକ୍ତପାତ ପାଇଁ କିଏ ଦାୟୀ ବୋଲି ଦାବି କରିନଥିବାବେଳେ ତାଲିବାନ ଏଭଳି କରି ନଥିବା କହିଛି। ଆଫଗାନିସ୍ତାନର ଇସଲାମିକ୍ ଷ୍ଟେଟ୍ ସହଯୋଗୀ ଦେଶର ସଂଖ୍ୟାଲଘୁ ସିଆଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ଏହି ସମାରୋହରେ ଉପସ୍ଥିତ ଅନେକଙ୍କ ମଧ୍ୟରୁ ସର୍ବାଧିକ ସିଆ ଥିଲେ ଯେଉଁମାନେ ୧୯୯୫ ମସିହାରେ ହତ୍ୟାର ଶିକାର ହୋଇଥିବା ସଂଖ୍ୟାଲଘୁ ସିଆ ନେତା ଅବଦୁଲ ଅଲ୍ଲୀ ମଜାରିଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଇଥିଲେ।
କାବୁଲର ଏକ ପଡ଼ିଆରେ ହୋଇଥିବା ଏହି ଆକ୍ରମଣରେ କେତେ ଜଣ ଆହତ ହୋଇଛନ୍ତି ସେ ନେଇ ବିବାଦୀୟ ତଥ୍ୟ ମିଳିବାରେ ଲାଗିଛି। ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି କିନ୍ତୁ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ୨୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୬୧ ଜଣ ଆହତ ହୋଇଛନ୍ତି।
ବହୁ ନେତାଙ୍କ ସହ ବିରୋଧୀଦଳ ନେତା ଅବଦୁଲ୍ଲା, ଯିଏକି ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଗତ ବର୍ଷର ରାଷ୍ଟ୍ରପତି ନିର୍ବାଚନରେ ​​ଜଣେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଥିଲେ, ସେ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ ଓ ଆକ୍ରମଣ ହେବା ପୂର୍ବରୁ ଘଟଣାସ୍ଥଳରୁ ଚାଲିଯାଇଥିଲେ।
ଗୁଳି ଚଳାଇବା ପରେ ଦୁଇ ବନ୍ଧୁକଧାରୀ ଏକ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟ ଭିତରକୁ ଯାଇ ଗୁଳି ଚଳାଇ ଥିଲେ ଓ ସୁରକ୍ଷା ବାହିନୀ ସହିତ ପାଞ୍ଚ ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ। ଶେଷରେ ବନ୍ଧୁକଧାରୀଙ୍କୁ ହତ୍ୟା କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ନସରତ ରହୀମ କହିଛନ୍ତି। ସମସ୍ତ ଆହତ ସାଧାରଣ ନାଗରିକ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking