27.1 C
Bhubaneswar
Friday, March 29, 2024
Homeଓଡିଶା୮ ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୧୮ରେ

୮ ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୧୮ରେ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ କରୋନାର ବିସ୍ପୋରକ ସ୍ଥିତି ପରିଲକ୍ଷିତ ହୋଇଛି । ଆଜି ଚିହ୍ନଟ ହୋଇଥିବା ୨୯ଆକ୍ରାନ୍ତଙ୍କ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୧୭ ଚିକିତ୍ସିତ ହେଉଥିବା ବେଳେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଆଜି ଚିହ୍ନଟ ହୋଇଥିବା ସମସ୍ତେ ସୁରଟ୍ ଫେରନ୍ତା ବୋଲି ଜଣାପଡ଼ିଛି ।
ସବୁଠାରୁ ବଡ଼ କଥା, ମାତ୍ର ୮ଦିନରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଂଚିଛି । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ କରୋନା ମହାମାରୀ ପାଇଁ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପୂର୍ବରୁ ଭୂତାଣୁ ସଂକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରରୁ ୨ଜଣ କରୋନା ରୋଗୀ ଆଖିବୁଜିଥିଲେ । ଜଣେ ଅପ୍ରେଲ୍ ୬ ଅନ୍ୟ ଜଣେ ମେ’୬ରେ । ତେବେ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ଗଞ୍ଜାମ ଉପରେ ସ୍ୱତନ୍ତ୍ର ନଜର ଦେଇଛି ସରକାର ।
ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗଞ୍ଜାମ ଗସ୍ତ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଏହି ୭ ଜଣିଆ ଦଳରେ ଅଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି । ଆଇସିଏମଆର ଓ ଆରଏମଆରସିର ପ୍ରତିନିଧି ମଧ୍ୟ ଏହି ଟିମରେ ଅଛନ୍ତି । ଜିଲ୍ଲାରେ ଅବରୋଧ ଅଞ୍ଚଳକୁ କିଭଳି କଡ଼ା କଡ଼ି କରାଯିବ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ, ସେନେଇ ଡାକ୍ତରୀ ସହାୟତା ଯୋଗାଇ ଦେବେ ଏହି ବିଶେଷଜ୍ଞ ଦଳ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking