27.8 C
Bhubaneswar
Thursday, April 18, 2024
Homeଓଡିଶାହଜିଗଲା ମାନବିକତା : ଆମ୍ବୁଲାନ୍ସ ଆସି ପଳାଇଲା, ବଂଚିଥିବା ବ୍ୟକ୍ତି ମରିଗଲେ

ହଜିଗଲା ମାନବିକତା : ଆମ୍ବୁଲାନ୍ସ ଆସି ପଳାଇଲା, ବଂଚିଥିବା ବ୍ୟକ୍ତି ମରିଗଲେ

ଗଞ୍ଜାମ: କରୋନାରେ କେବଳ ରୋଗୀ ମୃତ୍ୟୁବରଣ କରୁଛନ୍ତି, ତାହା ନୁହେଁ ବରଂ କରୋନାର ସଂକ୍ରମଣକୁ ନେଇ ଲୋକେ ଭୟଭୀତ ହେବା ସହ ଅନ୍ୟ କୌଣସି ରୋଗୀଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ହାତ ବଢାଉନାହାନ୍ତି । ସଂକ୍ରମଣ ହେଇଯିବା ଭୟରେ ଇଚ୍ଛା ଥାଇ ମଧ୍ୟ ସହାୟତା କରୁନଥିବା ପରିଲକ୍ଷିତ ହେଉଛି । ଫଳରେ ସମାଜରେ ଧୀରେ ଧୀରେ କରୋନା ଯୋଗୁଁ ମାନବିକତା ହଜିଯାଉଥିବା ଦେଖାଯାଇଛି । ଶୁକ୍ରବାର ସ୍ଥାନୀୟ ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ସାହି ଅଞ୍ଚଳର ମହାରଣା ସାହିର ଏକ ମଣ୍ଡପ ଉପରେ ଏକ ଅଜଣା ବ୍ୟକ୍ତି ଶୋଇଥିବା ନେଇ କିଛି ଲୋକ ଦେଖିଥିଲେ । ପରେ ଅଞ୍ଚଳରେ ଏହି କଥାଟି ପ୍ରଘଟ ହେବା ପରେ ଅଞ୍ଚଳବାସୀ ଲୋକଟି ପାଖକୁ ଯାଇ ପରିଚୟ ପଚାରିଥିବା ବେଳେ ବ୍ୟକ୍ତି ଜଣକ କିଛି କହି ପାରିନଥିଲେ । ତାଙ୍କ ପାଟିରୁ କିଛି ଫେଣ ବାହାରିଥିଲା ।

ସେ ଛଟ ପଟ ହେଉଥିଲେ । ଏହି ସମୟରେ ଅଞ୍ଚଳବାସୀ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । କିଛି ସମୟ ମଧ୍ୟ ଆମ୍ବୁଲାନ୍ସ ଆସି ଉକ୍ତ ଅଞ୍ଚଳରେ ପହଂଚିଥିଲା । ଲୋକଟିକୁ ଦେଖିବା ମାତ୍ରେ ଆମ୍ବୁଲାନ୍ସ କର୍ମଚାରୀମାନେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ପଚାରିଥିଲେ । ଅଞ୍ଚଳବାସୀ ବ୍ୟକ୍ତି ଜଣଙ୍କର କୌଣସି ପରିଚୟ ନାହିଁ ବରଂ ସେ ଅଜଣା ବ୍ୟକ୍ତି । ଗତ ରାତିରୁ ଏଠାରେ ଶୋଇ ରହିଥିବା କହିଥିଲେ । ଏହା ଶୁଣି ଆମ୍ବୁଲାନ୍ସ କର୍ମଚାରୀମାନେ ଉକ୍ତ ବ୍ୟକ୍ତିଙ୍କୁ ନେବା ପାଇଁ ନାରାଜ ହୋଇଥିଲେ । ବ୍ୟକ୍ତିଙ୍କୁ କାଳେ କରୋନା ହୋଇଥିବ ଆଶଙ୍କା କରି ତାଙ୍କୁ ଛୁଇଁ ମଧ୍ୟ ନଥିଲେ । ଏହି ସମୟରେ ପୁଲିସ ପିସିଆର ଭ୍ୟାନ ମଧ୍ୟ ସେଠାରେ ପହଂଚିଥିଲା । ଅଞ୍ଚଳବାସୀ, ଆମ୍ବୁଲାନ୍ସ ଏବଂ ପୁଲିସ ସମସ୍ତେ ସେଠାରେ ଥିଲେ ମଧ୍ୟ ଅଜଣା ବ୍ୟକ୍ତିଙ୍କୁ ଛୁଇଁବାକୁ କେହି ସାହାସ କରିନଥିଲେ । ଶେଷରେ ଆମ୍ବୁଲାନ୍ସ ଗାଡିଟି ସେଠାରୁ ଉକ୍ତ ବ୍ୟକ୍ତିଙ୍କୁ ନନେଇ ଚାଲିଯାଇଥିଲା । ଅତି ଦୟନୀୟ ଭାବେ ସେଠାରେ ପଡି ରହିଥିବା ଅଜଣା ବ୍ୟକ୍ତିଙ୍କ କିଛି ଘଣ୍ଟା ପରେ ସେଠାରେ ହିଁ ମୃତ୍ୟୁ ଘଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking