30.1 C
Bhubaneswar
Wednesday, April 24, 2024
Homeଅପରାଧମାମୁଁର ଠେଙ୍ଗା ମାଡ଼ରେ ଭଣଜାର ମୃତ୍ୟୁ

ମାମୁଁର ଠେଙ୍ଗା ମାଡ଼ରେ ଭଣଜାର ମୃତ୍ୟୁ

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାମୁଁର ଠେଙ୍ଗା ମାଡରେ ଭଣଜାର ମୃତ୍ୟୁ ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ପଞ୍ଚାୟତ ଆମ୍ବବାଲି ଗ୍ରାମର କୃତିବାସ ଗୌଡ ଓରଫ ପିଣ୍ଟୁ ସୋମବାର ରାତିରେ ତାଦ’ର ମାମୁଁ ବିଗିରି ଗ୍ରାମର ଗୋପାଳ ଗୌଡଙ୍କ ସହ ଫୋନରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ରାତି ୧୧ଟା ସମୟରେ କୃତିବାସ ବାଇକରେ ବିଗିରି ଯାଇଥିବା ବେଳେ ମାମୁଁ ଗୋପାଳ ଓ ତାଙ୍କର ଚାରି ପାଞ୍ଚ ଜଣ ସହଯୋଗୀ ମିଶି କୃତିବାସକୁ ଠେଙ୍ଗା ଓ ଲୁହାରଡରେ ଆକ୍ରମଣ କରିଥିଲେ । ଫଳରେ କୃତିବାସଙ୍କ ମୃତ୍ୟୁ ହୋଇଥିଲା । ଏନେଇ କୃତିବାସର ଭାଇ ପୀତବାସ ଥାନାରେ ଏତଲା ଦେଇଥିଲେ । ଏସଆଇ ଏସଆର୍‍ ଦିଗାଲ ମାମୁ ଗୋପାଳଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛନ୍ତି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଗାଙ୍ଗପୁର ଥାନାଧିକାରୀ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣାସ୍ଥଳରେ ପହଞô୍ଚ ରାସ୍ତା କଡରେ ଥିବା ସିମେଣ୍ଟ ମାଇଲ ଖୁଣ୍ଟରେ ଲାଗିଥିବା ରକ୍ତ ଓ କୃତିବାସର ବାଇକ୍‍କୁ ତଦନ୍ତ ପରିସରଭୁକ୍ତ କରିଛନ୍ତି । କିନ୍ତୁ କୃତିବାସକୁ ହତ୍ୟା କରିଥିବା ଗୋପାଳ ଅସ୍ୱୀକାର କରିଛନ୍ତି ।

ଗୋପାଳଙ୍କ କହିବା ଅନୁସାରେ କୃତିବାସ ତାଙ୍କୁ ଆକ୍ରମଣ କରିବା ପାଇଁ ଆସିଥିବା ବେଳେ ସେ ଠେଙ୍ଗା ଦ୍ୱାରା ତାକୁ ବାଡେଇଛି । କୃତିବାସ ନିଜ ବାଇକରେ ଘଟଣାସ୍ଥଳରୁ ଦ୍ରୁତଗତିରେ ପଳାଇ ଯାଉଥିବା ବେଳେ ମାଇଲଖୁଣ୍ଟରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଦ’ର ମୁଣ୍ଡକୁ ଆଘାତ ଲାଗିବା ଫଳରେ ମୃତ୍ୟୁ ଘଟିଥିବା ଗୋପାଳ ପ୍ରକାଶ କରିଛନ୍ତି । ମୃତ କୃତିବାସ ଡ୍ରାଇଭର କାମ କରୁଥିଲା ଏବଂ ସେ ମାମୁଁ ଗୋପାଳଙ୍କ ଘରେ ୭/୮ ବର୍ଷ ହେବ ରହିଆସୁଥିଲା । ରହିବା ସମୟ ମଧ୍ୟରେ ଗୋପାଳଙ୍କ ସ୍ତ୍ରୀ ସହ କୃତିବାସର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହା ଜଣାପଡିବା ପରେ ଗ୍ରାମରେ ବୈଠକ ବସିଥିଲା । ଭଦ୍ର ଲୋକଙ୍କ ଉପସ୍ଥିତିରେ ମାଇଁ ଓ ଭଣଜା ଦୁହେଁ ସ୍ୱାମୀ ସ୍ତ୍ରୀ ଭାବେ ରହିବା ପାଇଁ ଜିଦ୍‍ ଧରିବାରୁ ଭଦ୍ରଲୋକମାନେ ସେଥିରେ ରାଜି ହୋଇଥିଲେ ।

ପରେ ମାଇଁ-ଭଣଜା ଉଭୟ ସ୍ୱାମୀ ସ୍ତ୍ରୀ ରୂପେ ଗୋବରାରେ ଏକ ଭଡା ଘରେ ରହିଆସୁଥିଲେ । କିନ୍ତୁ ଏମାନଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ପାରି ନଥିଲା । ପ୍ରାୟ ଦୁଇମାସ ଏକାଠି ରହିବା ପରେ ଏମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଝଗଡା ହୋଇଥିଲା । ଫଳରେ ମାଇଁଙ୍କୁ ଛାଡି ଭଣଜା କୃତିବାସ କେଉଁଆଡେ ଫେରାର ହୋଇଯାଇଥିଲା । ମାଇଁ କୃତିବାସକୁ ଖୋଜି ନପାଇବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସାହାଯ୍ୟ ନ ମିଳିବାରୁ ନିଜ ସାତ ବର୍ଷର ପୁଅକୁ ନେଇ ମାଇଁ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିବା ଜଣାପଡିଛି । କୃତିବାସ ମାଇଁକୁ ନେଇ ଚାଲିଯିବା ପରେ ମାମୁ-ଭଣଜା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking