28.1 C
Bhubaneswar
Friday, March 29, 2024
Homeଅପରାଧରାଜଧାନୀର ରେଷ୍ଟୁରାଣ୍ଟରେ ଫୁଟିଲା ଗୁଳି

ରାଜଧାନୀର ରେଷ୍ଟୁରାଣ୍ଟରେ ଫୁଟିଲା ଗୁଳି

ଭୁବନେଶ୍ୱର: ଅନେକ ସମୟରେ ଦିନ ଦ୍ୱିପ୍ରହରରେ ଚୋରି, ଡକାୟତି ଓ ରାହାଜାନୀ ଘଟଣା ଘଟୁଛି। ପୁଲିସ ଦୁର୍ବୃତ୍ତମାନଙ୍କୁ ଗିରଫ କରୁଥିଲେ ବି ଏହାକୁ ସେମାନେ ହାଲୁକା ଭାବେ ନେଉଛନ୍ତି। ଏବେ ରାଜଧାନୀ ରେ କଥା କଥାକେ ଗୁଳି ଫୁଟୁଛି ଆଜି ଭୁବନେଶ୍ୱରର ଚନ୍ଦକା ଥାନା ଅଂଚଳରେ ଥିବା “ଜଙ୍ଗଲ ଭିଉ ” ନାମକ ରେଷ୍ଟୁରାଣ୍ଟ ଗଣ୍ଡଗୋଳ ହୋଇଛି। ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେବାରୁ ଗୁଳିଫୁଟିଛି। ଏହି ଘଟଣାରେ ରେଷ୍ଟୁରାଣ୍ଟର ଜଣେ କାର୍ଯ୍ୟରତ ଯୁବକ ଗୁରୁତର ହୋଇଥିବା ବେଳେ ଗୁରୁତର ଯୁବକଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇଁ ଘଟଣାସ୍ଥଳରେ ଡିସିପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୪ଟାରେ ରେଷ୍ଟୁରାଷ୍ଟକୁ କିଛି ଦୁର୍ବୃତ୍ତ ଖାଇବାକୁ ଯାଇଥିଲେ। ଦୁର୍ବୃତ୍ତମାନେ ରେଷ୍ଟୁରାଣ୍ଟରେ ମଦ ପିଇଥିଲେ। କୋଣସି କଥାକୁ ନେଇ ସେମାନେ ରେଷ୍ଟୁରାଣ୍ଟରେ କାର୍ଯ୍ୟରତ ଯୁବକଙ୍କ ସହିତ ବଚସା କରିଥିଲେ। ପରେ ଦୁର୍ବୃତ୍ତମାନେ ଉତ୍ତେଜିତ ହୋଇ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
https://onakhabar.com/2020/03/04/health-tips-40/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking