40.1 C
Bhubaneswar
Thursday, April 25, 2024
Homeଅପରାଧପରିବା ବ୍ୟବସାୟୀଙ୍କୁ ଗୁଳି କରି ଫେରାର ହେଲେ ଦୁର୍ବୃତ୍ତ

ପରିବା ବ୍ୟବସାୟୀଙ୍କୁ ଗୁଳି କରି ଫେରାର ହେଲେ ଦୁର୍ବୃତ୍ତ

ବାରଙ୍ଗ: ରାଜଧାନୀରେ ପୁଣି ଗୁଳିମାଡ । ନନ୍ଦନକାନନ ଥାନା ଅଧୀନ ପଦାସାହି ଗ୍ରାମ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୁଳି କରି ଫେରାର ହୋଇ ଯାଇଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଗୁଳିରେ ପରିବା ବ୍ୟବସାୟୀ ସମୀର କାଣ୍ଡି (୩୮) ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନା କୁ ପଠା ଯାଇଛି ।
ଆଜି ସକାଳ ପ୍ରାୟ ଆଠଟା ବେଳେ ସମୀର ତାଙ୍କ ଭଣଜାକୁ ବସାଇ ବାରଙ୍ଗ ଷ୍ଟେସନ ବଜାରୁ ପରିବା କିଣିବାକୁ ଯିବା ବେଳେ ପଦାସାହି ଗ୍ରାମ ନିକଟ ରେଳଧାରଣା ପାର୍ଶ୍ୱ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଆସି ତାଙ୍କୁ ଗୁଳି କରିବା ପରେ ଉଭୟେ ଫେରାର ହୋଇଯାଇଥିଲେ।ସୂଚନା ପାଇ ନନ୍ଦନକାନନ ପୁଲିସ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି।
https://onakhabar.com/2020/01/28/very-good-prduction-this-year/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking