40.1 C
Bhubaneswar
Wednesday, April 24, 2024
Homeଆଇପିଏଲ୍‌-୨୦୨୩ଚେନ୍ନାଇକୁ ହରାଇଲା ଗୁଜରାଟ

ଚେନ୍ନାଇକୁ ହରାଇଲା ଗୁଜରାଟ

ଅହମ୍ମଦାବାଦ: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣ । ପ୍ରଥମ ମ୍ୟାଚ୍‌ରେ ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଏଥିରେ ଗୁଜରାଟ ୫ ୱିକେଟ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ଚେନ୍ନାଇ ୭ ୱିକେଟ୍‌ରେ ୧୭୮ ରନ୍ କରିଥିବା ବେଳେ ଗୁଜରାଟ ୧୯.୨ ଓଭର୍‌ରେ ୫ ୱିକେଟ୍ ହରାଇ ୧୮୨ ରନ୍ କରି ବିଜୟ ସହ ସଂସ୍କରଣ ଆରମ୍ଭ କରିଥିଲା ।

ଓପନର ଡେଭନ୍ କୋନ୍‌ୱେ ମାତ୍ର ୧ ରନ୍ କରି ଆଉଟ୍ ହେବା ପରେ ଚେନ୍ନାଇ ପାଇ ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ୍ ଓ ମୋଇନ୍ ଅଲୀ ଦ୍ୱିତୀୟ ୱିକେଟ୍‌ରେ ୩୬ ରନ୍ ଯୋଡ଼ିଥିଲେ । ମୋଇନ୍ ୪ଟି ଚୌକା ଓ ଗୋଟିଏ ଛକା ସହ ୨୩ ରନ୍ କରି ଆଉଟ୍ ହୋଇଥିଲେ ହେଁ ଗାଏକ୍ୱାଡ୍ ତାଙ୍କ ଇନିଂସକୁ ଆଗେଇ ନେଇଥିଲେ । ଅନ୍ୟ କାହାଠାରୁ ସେ ବିଶେଷ ସହଯୋଗ ପାଇ ନ ଥିଲେ ମଧ୍ୟ ଦଳୀୟ ସ୍କୋର୍‌କୁ ୧୫୧ରେ ପହଞ୍ଚାଇ ଆଉଟ୍ ହୋଇଥିଲେ । ସେତେବେଳକୁ ସେ ୫୦ଟି ବଲ୍ ଖେଳି ୪ଟି ଚୌକା ଓ ୯ଟି ଛକା ମାଧ୍ୟମରେ ଧୂଆଁଧାର ୯୨ ରନ୍ କରିସାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବମ୍ ଦୁବେ ଗୋଟିଏ ଛକା ସହ ୧୯, ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ଅପରାଜିତ ୧୪ ଏବଂ ଅମ୍ବାତି ରାୟୁଡୁ ଗୋଟିଏ ଛକା ସହ ୧୨ ରନ୍ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ଶମି, ରଶିଦ୍ ଖାନ୍ ଓ ଆଲ୍‌ଜାରି ଜୋସେଫ୍ ୨ଟି ଲେଖାଏଁ ଏବଂ ଜୋଶୁଆ ଲିଟଲ୍ ଗୋଟିଏ ୱିକେଟ୍ ନେଇଥିଲେ ।

ଗୁଜରାଟ ପାଇଁ ଦୁଇ ଓପନର ଶୁବମାନ ଗିଲ୍ ଓ ଋଦ୍ଧିମାନ୍ ସାହା ୩୭ ରନ୍ ଯୋଡ଼ିଥିଲେ । ସାହା ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୨୫ ରନ୍ କରି ଆଉଟ୍ ହେବା ପରେ ସାଇ ସୁଦର୍ଶନଙ୍କ ସହ ଗିଲ୍ ୫୩ ରନ୍‌ର ଭାଗୀଦାରୀ କରିିଥିଲେ । ସୁଦର୍ଶନ ୩ଟି ଚୌକା ଜରିଆରେ ୨୨ ରନ୍‌ର ଯୋଗଦାନ ଦେଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୮ ରନ୍ କରିଥିଲେ ହେଁ ବିଜୟ ଶଙ୍କର ଉପଯୋଗୀ ୨୭ ରନ୍ କରିଥିଲେ, ଯେଉଁଥିରେ ୨ଟି ଚୌକା ଓ ଗୋଟିଏ ଛକା ରହିଥିଲା । ଗିଲ୍ ସର୍ବାଧିକ ୬୩ ରନ୍ କରିଥିଲେ । ତାଙ୍କର ଏହି ଦ୍ରୁତ ଇନିଂସ ପାଇଁ ଗିଲ୍ ମାତ୍ର ୩୬ଟି ବଲ୍ ନେଇଥିଲେ ଏବଂ ଏଥିରେ ୬ଟି ଚୌକା ଓ ୩ଟି ଛକା ରହିଥିଲା । ଏହାଛଡ଼ା ରାହୁଲ୍ ଟେୱଟିଆ ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୧୫ ଏବଂ ରଶିଦ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୦ ରନ୍ କରି ଦଳକୁ ବିଜୟୀ କରାଇଥିଲେ । ଚେନ୍ନାଇ ପକ୍ଷରୁ ରାଜ୍ୟବର୍ଦ୍ଧନ ହଙ୍ଗର୍ଗେକର ୩ଟି ଏବଂ ତୁଷାର ଦେଶପାଣ୍ଡେ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking