ଗୁଜୁରାଟର ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ଯ୍ୟରତ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର : ଗୁଜୁରାଟର ଅହମଦାବାଦସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ଯ୍ୟରତ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଂଚାୟତର ଦୟନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ ବୋଲି ଜଣା ପଡ଼ିଛି । ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ସୁଦୂର ଅହମଦାବାଦର ଏକ ସୂତା କଳରେ ଗତ ଦୁଇବର୍ଷ ହେଲାଣି କାମ କରୁଥିଲେ । ଗତକାଲି ଅପରାହ୍ନରେ କାମ କରୁଥିବା ସମୟରେ ସୁତାକଳରେ ହଟାଥ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁରେ ପୋଡି ହୋଇ ଏମାଙ୍କ ମୃତ୍ୟ ଘଟିଥିଲା । ସନ୍ଧ୍ୟାରେ ଏ ସମ୍ପର୍କରେ ପରିବାର ଲୋକେ ଖବର ପାଇବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ମୃତ ଶରୀର ଗାଁକୁ ଫେରେଇ ଆଣିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି । ଆଜି ପୂର୍ବାହ୍ନରେ ଭାରପ୍ରାପ୍ତ ଯାଜପୁର ଜିଲ୍ଲାପାଳ ଇନ୍ଦ୍ରମଣୀ ନାୟକ,ଯାଜପୁର ବ୍ଲକ ବିଡ଼ିଓ ମୃତକର ପରିବାରକୁ ଭେଟି ସମବେଦନା ଜଣାଇନ୍ତି । ଏଥି ସହ ମର ଶରୀର ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ଭାରପ୍ରାପ୍ତ ଜିଲାପାଳ ସୂଚନା ଦେଇଛନ୍ତି ।
https://onakhabar.com/2020/02/23/sachateanata-ratha-pain-prastuti-baithaka/