15.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶଗୁଜରାଟ ହାଇକୋର୍ଟର ଆୟକର ବିଭାଗକୁ ପ୍ରଶ୍ନ: ମୃତକଙ୍କୁ ମିଳିଥିବା କ୍ଷତିପୂରଣ ଟିକସଯୋଗ୍ୟ କି?

ଗୁଜରାଟ ହାଇକୋର୍ଟର ଆୟକର ବିଭାଗକୁ ପ୍ରଶ୍ନ: ମୃତକଙ୍କୁ ମିଳିଥିବା କ୍ଷତିପୂରଣ ଟିକସଯୋଗ୍ୟ କି?

ନୂଆଦିଲ୍ଲୀ : ସାଧାରଣତଃ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସରକାର କ୍ଷତିପୂରଣ ରାଶି ଦେଇଥାନ୍ତି । ଏହି ଅର୍ଥରାଶି ପରିବାରର ଆୟରେ ସାମିଲ୍ କରାଯାଇ ସେମାନଙ୍କ ନିକଟରୁ ଟିକସ ଆଦାୟ କରାଯାଇପାରିବ କି? ଆୟକର ବିଭାଗକୁ ଏପରି ଏକ ପ୍ରଶ୍ନ ପଚାରିଛନ୍ତି ଗୁଜରାଟ ହାଇକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୧୪ ମାର୍ଚ୍ଚରେ ହେବ । ସୂଚନାଯୋଗ୍ୟ ଯେ ପତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ ଏହି ପ୍ରଶ୍ନ ପଚାରିଛନ୍ତି । ଅଭିଯୋଗକାରୀ କଳ୍ପେଶ ଦଲାଲଙ୍କ ପତ୍ନୀ ୧୯୮୬ ମସିହାରେ ପାନ୍‌ଆମେରିକା ବିମାନରେ ମୁମ୍ବାଇରୁ ନ୍ୟୁୟର୍କ ଯାତ୍ରା କରୁଥିଲେ ।  ଆତଙ୍କବାଦୀମାନେ ଏହି ବିମାନକୁ ଅପହରଣ କରି ପାକିସ୍ତାନର କରାଚୀ ବିମାନବନ୍ଦରରେ ଅବତରଣ କରାଇଥିଲେ । ଅପହରଣକାରୀଙ୍କ ଦ୍ୱାରା ୫୦ ଜଣ ଯାତ୍ରୀଙ୍କ ହତ୍ୟା କରିଦିଆଯାଇଥିଲା । କଳ୍ପେଶ ଦଲାଲ୍‌ଙ୍କ ପତ୍ନୀ ମୃତକଙ୍କ ମଧ୍ୟରେ ସାମିଲ୍ ଥିଲେ । ନ୍ୟୁୟର୍କ ସରକାର ୨୦୧୩-୧୪ ଓ ୨୦୧୪-୧୫ ଆର୍ôଥକ ବର୍ଷରେ ଦଲାଲଙ୍କୁ  ୨୦ କୋଟି ଟଙ୍କାର ଆର୍ଥିକ ସହାୟତା କ୍ଷତିପୂରଣ ଆକାରରେ ପ୍ରଦାନ କରିଥିଲେ । ଏହି ଅର୍ଥକୁ ଦଲାଲ୍ ଆୟରେ ସାମିଲ୍ କରିନଥିଲେ । ଏ ନେଇ ଆୟକର ବିଭାଗ ଏକ ସମନ୍ ଜାରି କରିଥିଲେ । ଦଲାଲ୍ ଏହି ସମନ୍‌ର ଉତ୍ତର ଦେଇ କହିଥିଲେ ଯେ ଏହା ସହାୟତା ରାଶି; ଯାହା କରଯୋଗ୍ୟ ନୁହେଁ । ଆୟକର ବିଭାଗ କେସ୍‌କୁ ରିଓପନ୍ କରିଥିଲେ ଓ ନୋଟିସ୍ ଜାରି କରିଥିଲେ । ଫଳରେ ଦଲାଲ୍ ହାଇକୋର୍ଟର ଆଶ୍ରୟ ନେଇଥିଲେ । ଗୁଜରାଟ ହାଇକୋର୍ଟର ଜଷ୍ଟିସ୍ ଜେ. ବି. ପାର୍ଡିୱାଲା ଓ ନିଶା ଠାକୁରଙ୍କୁ ନେଇ ଗଠିତ ପୀଠ ଏ ନେଇ ଆୟକର ବିଭାଗ ନିକଟରୁ ସ୍ପଷ୍ଟୀକରଣ ମାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking