34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଗୁଜୁରାଟ ନଗର ନିଗମ ନିର୍ବାଚନ : ୬୦ ଆସନରେ ଆଗରେ ବିଜେପି

ଗୁଜୁରାଟ ନଗର ନିଗମ ନିର୍ବାଚନ : ୬୦ ଆସନରେ ଆଗରେ ବିଜେପି

ନୂଆଦିଲ୍ଲୀ : ମଙ୍ଗଳବାର ଗୁଜୁରାଟରେ ନଗର ନିଗମ ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଶାସକ ଦଳ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଭୋଟ୍ ଗଣତିରେ ମଧ୍ୟ ସେପରି କିଛି ଫଳାଫଳ ସାମ୍ନାକୁ ଆସୁଛି । ଅହମ୍ମଦାବାଦ ଏବଂ ବଡଦୋରା ସମେତ ୬ ଟି ପୌରସଂସ୍ଥାର ୫୭୫ ଟି ଆସନରେ ଗଣନା ଚାଲିଛି । କିଛି ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆକଳନ କରାଯାଉଛି ।ଏପର୍ଯ୍ୟନ୍ତ ଟ୍ରେଣ୍ଡରେ ବିଜେପି କ୍ରମାଗତ ଭାବେ ଆଗୁଆ ରହିଛି। ତେବେ ପ୍ରଥମ ଥର ନଗର ନିଗମ ନିର୍ବାଚନରେ ଲଢିଥିବା ଆମ୍ ଆଦମୀ ପାର୍ଟି ଓ ଏଆଇଏମଆଇଏମ ମଧ୍ୟ ଆଶାନୁରୂପକ ପ୍ରଦର୍ଶନ କରିଛି । ଏବେବି ଭୋଟ୍ ଗଣତି ଜାରି ରହିଛି । ସୂଚନାଯୋଗ୍ୟ, ଅହମ୍ମଦାବାଦ ସମେତ ୬ ମହାନଗରର ୫୭୬ ସିଟରେ ମତଦାନ ହୋଇଥିଲା । ଅହମ୍ମଦାବାଦରେ ଭୋଟ୍ ଗଣତି ଜାରି ରହିଛି । ଏଠାରେ ଅସଦୁଦ୍ଦୀନ ଓଓ୍ୱେସୀଙ୍କ ଦଳ ୪ଟି ଆସନରେ ଆଗୁଆ ଥିବା ବେଳେ ଆପ୍ ୧୨ଟିରେ ଆଗୁଆ ରହିଛି । ବିଜେପି ୪୩ଟି ଆସନରେ ଆଗୁଆ ଅଛି । ସେହିପରି କଂଗ୍ରେସ ୫ଟିରେ ଆଗୁଆ ଅଛି । ରାଜକୋଟରେ ମଧ୍ୟ ୧୪ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । କେବଳ ୨ଟି ଆସନରେ କଂଗ୍ରେସ ଭଲ ପ୍ରଦର୍ଶନ କରୁଛି । ସେହିପରି ସୁରଟରେ ବିଜେପି ୧୬, କଂଗ୍ରେସ ୫ଟି ଆସନରେ ଆଗୁଆ ଅଛନ୍ତି । ଏଠାରେ ଆମ୍ ଆଦମୀ ପାର୍ଟି ମଧ୍ୟ ୩ଟି ଓ୍ୱାର୍ଡରେ ଆଗୁଆ ରହିଛି । ବଡଦୋରାରେ ବିଜେପି ୬, କଂଗ୍ରେସ ୨ ଓ ଜାମନଗରରେ ବିଜେପି ୧୧ ଓ ଆପ୍ ୧ଟି ଆସନରେ ଆଗୁଆ ରହିଛନ୍ତି । ଏଠାରେ କଂଗ୍ରେସ ଗୋଟିଏ ଆସନରେ ପଛୁଆ ରହିଛି । ପରେ ଏହି ଟ୍ରେଣ୍ଡରେ ପରିବର୍ତ୍ତନ ହୋଇପାରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking