40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ

ଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବଡୋଦରାରେ ଏକ ସଭାରେ ସେ ହଠାତ ଅଚେତ ହୋଇପଡିଥିଲେ । ପରେ ତାଙ୍କୁ ଅହମ୍ମଦାବାଦ ୟୁ ଏନ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅକ୍ସିଜେନ ଲେବଲ ସାମାନ୍ୟ ରହିଥିବା ବେଳେ ଅନ୍ୟାନ୍ୟ ରିପୋର୍ଟ ମଧ୍ୟ ନର୍ମାଲ ରହିଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡୋଦରାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରୁଥିଲେ । ତା ମଧ୍ୟରେ ରକ୍ତଚାପ କମ୍ ହେବା କାରଣରୁ ସେ ଅଚାନକ ମଂଚ ଉପରେ ପଡି ଯାଇଥିଲେ । ପରେ ତାଙ୍କୁ ହେଲିକପ୍ଟର ଯୋଗେଁ ଅହମ୍ମଦାବାଦ ସିଭିଲ ହସ୍ପିଟାଲ ପରିସରରେ ଥିବା ୟୁ ଏନ ମେହତା ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଆର କେ ପଟେଲ ସୋମବାର ଏକ ମେଡିକାଲ ବୁଲେଟିନ ଜାରି କରି କହିଛନ୍ତି ଯେ, ରବିବାର ରାତିରେ ମୁଖ୍ୟମନ୍ତ୍ରୀଙ୍କର ଆରଟି ପିସିଆର ଟେଷ୍ଟ କରାଯାଇଛି । ଯାହାର ରିପୋର୍ଟ ସୋମବାର ପଜିଟିଭ ଆସିଛି । ରବିବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ୨ଡି ଇକୋ, ଇସିଜି, ସିଟି ସ୍କାନ କରାଯାଇଛି । ଯାହା ନର୍ମାଲ ରହିଛି । ବର୍ତମାନ ତାଙ୍କୁ ୨୪ ଘଣ୍ଟା ପାଇଁ ଅବଜରଭେସନରେ ରଖାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking