34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଗୁଜୁରାଟ: ଗୁଜୁରାଟ ସିଏମ ବିଜୟ ରୂପାଣୀ ଆଜି(ଶନିବାର) ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟର ଜିଲ୍ଲାପାଳ ଆଚାର୍ଯ୍ୟ ଦେବରତଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି । କିଛି ସମୟ ପୂର୍ବରୁ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ଡେପୁଟି ସିଏମ ନିତିନ ପଟେଲ ବି ରାଜ୍ୟପାଳଙ୍କ ନିକଟକୁ ଯାଇଥିଲେ ।  ଇସ୍ତଫା ଦେବା ପରେ ବିଜୟ ରୂପାଣୀ କହିଛନ୍ତି, ଭାରତୀୟ ଜନତା ପାର୍ଟିର ଏହା ପରମ୍ପରା ରହିଛି ଯେ, ସମୟ ସହିତ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ବଦଳିଥାଏ । ଏହା ଆମ ଦଳର ବିଶେଷତା ଯେ ଯାହା ଦାୟିତ୍ୱ ଦିଆଯାଏ, ମନଧ୍ୟାନ ସହ ପାର୍ଟିର କାର୍ଯ୍ୟକର୍ତ୍ତା ତାକୁ ନିର୍ବାହ କରନ୍ତି ।

ଗୁଜୁରାଟରେ ଆସନ୍ତା ବର୍ଷ ଡିସେମ୍ବର ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ତା ପୂର୍ବରୁ ବିଜୟ ରୂପାଣୀଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି । ସୂତ୍ର ଅନୁସାରେ, ଏବେ ନୂଆ ନେତୃତ୍ୱ ସହିତ ବିଜେପି ଗୁଜୁରାଟରେ ଆଗାମୀ ନିର୍ବାଚନ ଲଢିବାକୁ ଯାଉଛି । ଗତ କିଛି ମାସ ଧରି ଆମ ଆଦମୀ ପାର୍ଟି ବି ରାଜ୍ୟରେ ବିଜେପିକୁ କଡା ଟକ୍କର ଦେଉଛି । କରୋନା ଭାଇରସର ଦ୍ୱିତୀୟ ଲହର ସମେତ ଅନେକ ପ୍ରସଙ୍ଗକୁ ନେଇ ଦଳ ରୂପାଣୀ ସରକାରଙ୍କୁ ଘେରିଛି । ଯେତେବେଳେ କି କଂଗ୍ରେସ ବି ଗତ ଗୁଜୁରାଟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା । ଏହାପରେ କଂଗ୍ରେସ କାର୍ଯ୍ୟକର୍ତ୍ତା ବି ଲଗାତର ଗୁଜୁରାଟରେ ସକ୍ରିୟ ହୋଇ ପ୍ରସଙ୍ଗ ଉଠାଉଛନ୍ତି ।

ବିଜୟ ରୂପାଣୀଙ୍କ ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ଏନେଇ ସୂଚନା ମିଳିନାହିଁ । କହିରଖୁଛୁ, କିଛି ବର୍ଷକୁ ଛାଡିଦେଲେ ୧୯୯୫ରୁ ଗୁଜୁରାଟରେ ବିଜେପି ସରକାରରେ ରହିଛି । ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଲମ୍ବା ସମୟ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking