29.1 C
Bhubaneswar
Monday, August 15, 2022
Homeଦେଶ ବିଦେଶ୨୦୦୨ ଗୁଜରାଟ ଦଙ୍ଗା ମାମଲା: ତିସ୍ତା ସିତଲଭାଦଙ୍କୁ ଗିରଫ କଲା ଏଟିଏସ

୨୦୦୨ ଗୁଜରାଟ ଦଙ୍ଗା ମାମଲା: ତିସ୍ତା ସିତଲଭାଦଙ୍କୁ ଗିରଫ କଲା ଏଟିଏସ

ଗାନ୍ଧୀନଗର: ଗୁଜରାଟ ଦଙ୍ଗା ୨୦୦୨ ସହ ଜଡ଼ିତ ମାମଲାରେ ଗୁଜରାଟ ଏଟିଏସ୍ ମୁମ୍ବାଇରେ ମାନବାଧିକାର କର୍ମୀ ତିସ୍ତା ସିତଲଭାଦଙ୍କୁ ଗିରଫ କରିଛି । ଗିରଫ ପରେ ତିସ୍ତାଙ୍କୁ ସାନ୍ତାକ୍ରୁଜ୍ ଥାନା ନିଆଗଲା । ଗୁଜରାଟ ଏଟିଏସ ତିସ୍ତା ସିତଲଭାଦ ଭୁଲ୍ ତଥ୍ୟ ଦେବା ଅଭିଯୋଗରେ ଗିରଫ କରାଯାଇଛି ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ୨୦୦୨ ରେ ଗୁଜରାଟ ଦଙ୍ଗାର ଶୁଣାଣି ପରେ ଶନିବାର ଗୁଜୁରାଟ ଏଟିଏସର ଦୁଇ ଜଣିଆ ଟିମ୍ ତିସ୍ତା ସିତଲଭାଦଙ୍କୁ ଗିରଫ କରିଛି ।

ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ପୂର୍ବ ଆଇପିଏସ ସଞ୍ଜୀବ ଭଟ୍ୟ ଏବଂ ପୂର୍ବ ଡିଜିପି ଆର.ବି.ଶ୍ରୀକୁମାରଙ୍କ ବିରୋଧରେ ମିଥ୍ୟା ଦସ୍ତାବେଜ୍ ପ୍ରସ୍ତୁତ କରିଥିଲେ ଏବଂ ଜାକିଆ ଜାଫ୍ରି ଜରିଆରେ କୋର୍ଟକୁ ଜାଲ୍ ଦସ୍ତାବିଜ୍ ଦେଇଥିବା ଅଭିଯୋଗ । ଏହା ପୂର୍ବରୁ ଶୁକ୍ରବାର ସୁପ୍ରିମକୋର୍ଟ ଜାକିଆ ଜାଫ୍ରିର ଯାଚିକା ଖାରଜ କରି କଡ଼ା ଟିପ୍ପଣୀ କରିଥଲେ ଏବଂ ତିସ୍ତା ସିତଲଭାଦଙ୍କ ଏନଜିଓର ଯାଞ୍ଚର ଅଧିକ ଆବଶ୍ୟକତା ରହିଛି । କୁହାଯାଉଛି ଯାହାପରେ ଏଟିଏସ ଏହି କାର୍ଯ୍ୟାନୁଷ୍ଠାନ କରିଛି । ସେପଟେ ଏହି ଗୁଜରାଟ ଦଙ୍ଗା ମାମଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ତିସ୍ତା ସିତଲଭଦ ଏବଂ ଅନେକ ରାଜନେତା ମୋଦୀଙ୍କୁ ବଦନାମ କରିବା ଅଭିଯୋଗ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking