26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦୁର୍ଗାପୂଜା ପାଇଁ ଆସିଲା ଗାଇଡ଼ଲାଇନ

ଦୁର୍ଗାପୂଜା ପାଇଁ ଆସିଲା ଗାଇଡ଼ଲାଇନ

ଭୁବନେଶ୍ୱର: ରାଜ୍ୟରେ ଏବେ ଦିନକୁ ଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆସୁଛି ଦୁର୍ଗାପୂଜା ।କେବଳ ପରମ୍ପରା ବଜାୟ ରଖିବାକୁ ପୂଜା କରାଯାଇପାରିବ । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ଗାଇଡ଼ ଲାଇନ ଜାରି ହୋଇଛି । ଏହା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଜାରି ହୋଇଛି । ଯେଉଁମାନେ ପୂଜା କରିବେ ଅନୁମତି ନେଇ ନିରାଡ଼ମ୍ବର ସହ ପୂଜା କରିବେ। ଜିଲ୍ଲାଗୁଡ଼ିକରେ ଜିଲ୍ଳାପାଳ ଓ ଟ୍ୱିନ ସିଟିରେ କମିଶନରଙ୍କ ଅନୁମତି ନେବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ୪ଫୁଟ ଉଚ୍ଚତା ଭିତରେ ମୂର୍ତ୍ତି ନିର୍ମାଣ କରିବେ । ପୂଜା ପେଣ୍ଡାଲ ୩ପଟୁ ବନ୍ଦ ରହିବ ଚତୁର୍ଥ ପଟ ଆଶିଂକ ଭାବେ ବନ୍ଦ ରହିବ, ଯେପରି ସାଧାରଣ ଲୋକେ ଦର୍ଶନ କରିପାରିବେନି । ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣକୁ ମିଶାଇ ୭ଜଣରୁ ଅଧିକ ରହିପାରିବେନି । ଏହାସହ କୋଭିଡ଼ ନିୟମ ମାନି ମଣ୍ଡପରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବେ । ଏହାସହ ମଣ୍ଡପରେ ମ୍ୟୁଜିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ।ସାଧାରଣ ଲୋକେ ଭାଗ ନେଇ ପାରିବେନି କି ଗହଳି ହେବାକୁ ଦିଆଯିବନି ।  ସେହିପରି ଭସାଣୀ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କୁତ୍ରିମ ପୋଖରୀରେ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯିବ । ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଓ ଏପିଡେମିକ ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking