37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ

ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ

ଭୁବନେଶ୍ୱର: କରୋନା ନେଇ ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଡିସେମ୍ବର ୩୧ ଯାଏଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି ।
କଣ୍ଟେନମେଣ୍ଟ ଜୋନରେ ଲକ ଡାଉନ ଜାରି କରାଯାଇପାରିବ ।
ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ ।
ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି ।
ଡିସେମ୍ବର ୩୧ ଯାଏଁ ଦେଶ ବାହାରକୁ ବିମାନରେ ଯାତ୍ରା ମନା ।
ସାମାଜିକ, ଧାର୍ମିକ, ରାଜନୈତିକ ଆଜି ସମାବେଶରେ ଅଧିକ ଗହଳି ମନା ।
ହଲର ୫୦ ପ୍ରତିଶତ କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନୀ କରାଯାଇପାରିବ ।
ତୋଷାଳୀ, ଶିଶିର ସରସ ଆଦି ମେଳା ଚଳିତ ବର୍ଷ କରାଯିବ ନାହିଁ ।
ବାହାଘର ଉତ୍ସବରେ ସର୍ବାଧିକ ୨ ଶହ ବ୍ୟକ୍ତିଙ୍କୁ ଅନୁମତି ମିଳିବ ।
ଅନ୍ତ୍ୟେଷ୍ଟ୍ରି କ୍ରିୟା କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ମିଳିବ ଅନୁମତି ।
ସ୍କୁଲ ଖୋଲିବା ଉପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ।
ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ ।
ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସଓପି କରି ସ୍କୁଲ ଖୋଲିବା ନିଆଯିବ ।
କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ ।
ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ବିଭାଗ ।
ଡିସେମ୍ବର ୩୧ ଯାଏଁ କି କେଉଁ ଯାଏଁ ବନ୍ଦ ରହିବ, ବିଭାଗ ନିଷ୍ପତ୍ତି ନେବ ।
ସ୍କୁଲ, କଲେଜ ନଖୋଲୁଥିଲେ ବି ପରୀକ୍ଷା, ଖାତାଦେଖା ଚାଲୁ ରହିବ ।
ଅନଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦିଆଯିବ ।
ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର ।
ହିତାଧିକାରୀଙ୍କୁ ଘରେ ରାସନ ପହଂଚାଇବା କାର୍ଯ୍ୟ ଜାରି ରହିବ ।
ଧାର୍ମିକ ଅନୁଷ୍ଠାନକୁ ପ୍ରବେଶ ଅନୁମତି ଦେଇପାରିବେ ସ୍ଥାନୀୟ ପ୍ରଶାସନ ।
ସିନେମା ହଲ୍‌, ସୁଇମିଂ ପୁଲ, ଅଡିଟୋରିୟମ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking