26.1 C
Bhubaneswar
Friday, March 29, 2024
Homeଓଡିଶାଜଗତସିଂହପୁର ଜିଲ୍ଲାରେ ଦୋଳ ଓ ହୋଲି ପାଇଁ ଗାଇଡଲାଇନ ଜାରି

ଜଗତସିଂହପୁର ଜିଲ୍ଲାରେ ଦୋଳ ଓ ହୋଲି ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଦୋଳ ଓ ହୋଲି ପାଇଁ ଗାଇଡଲାଇନ ଜାରି ହୋଇଛି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା କରାଯାଇଥିବା ବେଳେ ଘରେ ରହି ଖେଳିବାକୁ ପରାମର୍ଶ ଦିଆଯାଇଛି । ମନ୍ଦିରରେ ଦୋଳ ନୀତି ସର୍ବାଧିକ ୨୦ ଜଣଙ୍କୁ ନେଇ ପାଳନ ଅନୁମତି ଦିଆଯାଇଛି । ଦୋଳ ମେଳଣରେ ମାସ୍କ ବାଧ୍ୟତାମୂଳକ ଥିବା ବେଳେ ୧୦୦ ଜଣଙ୍କୁ ମାତ୍ର ଅନୁମତି ମିଳିବ । ପ୍ରତ୍ୟେକ ଦୋଳ ବିମାନ ସାଙ୍ଗରେ ଯିବାକୁ ୬ ଜଣଙ୍କୁ ଅନୁମତି ମିଳିବ । ବାଜା, ନାଚଗୀତ, ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବାରଣ କରାଯାଇଛି । ଏହାଛଡା ରାତି ୧୨ଟା ସୁଦ୍ଧା ଦୋଳ ମେଳଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋଳ ମେଳଣରେ ପରସ୍ପର ଉପରେ ରଙ୍ଗ ଅବିର ପକାଇବା ସଂପୂର୍ଣ୍ଣ ମନା କରାଯାଇଛି । ପୂର୍ବରେ କଟକରେ ଦୋଳି ଓ ହୋଲି ଉପରେ କଟକଣା ଲଗା ସରିଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking