31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଫେବୃୟାରୀ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଫେବୃୟାରୀ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର,(ଓଏନଏ ): କରୋନା ପାଇଁ ଫେବୃୟାରୀ ଗାଇଡଲାଇନ ଆଜି ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ଫେବୃୟାରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ । କେନ୍ଦ୍ରର ଗାଇଡଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ । ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ ।

ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ ଶହ ଲୋକଙ୍କୁ ଅନୁମତି
ବିବାହ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟରେ ସର୍ବାଧିକ ୫ ଶହଙ୍କୁ ଅନୁମତି
ଇଣ୍ଡୋର ହଲରେ କ୍ଷମତାର ୫୦ ପ୍ରତି ଶତ ସିଟ ପାଇଁ ମିଳିବ ଅନୁମତି
ଖୋଲା ଜାଗାରେ ପଡିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ, ଥର୍ମାଲ ସ୍କାନିଂ ଜରୁରୀ
ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତ କରାଯିବ
ଏସଓପି ପ୍ରସ୍ତୁତ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ

ଫେବୃୟାରୀ ୧ରୁ ଅଙ୍ଗନବାଡୀ କେନ୍ଦ୍ର ହେବ କାର୍ଯ୍ୟକ୍ଷମ
ଇଂଜିନିୟରିଂ କଲେଜ ଖୋଲିବାକୁ ବୈଷୟିକ ବିଭାଗ ନିଷ୍ପତ୍ତି ନେଇପାରିବ
ଏସଓପି ମାନି ଖୋଲିପାରିବ ସିନେମା ହଲ୍‌, ଥିଏଟର
ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା, ଖୋଲା ମଂଚ
ପୂର୍ବପରି ବାହାରେ ଛେପ ପକାଇଲେ ହେବେ ଦଣ୍ଡିତ
ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଗୁଟଖା, ପାନ ସେବନ ମନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking