27.8 C
Bhubaneswar
Friday, April 19, 2024
Homeଓଡିଶାବୁଢ଼ୀ ଠାକୁରାଣୀ ଯାତ୍ରା ନେଇ ଆସିଲା ଗାଇଡଲାଇନ୍

ବୁଢ଼ୀ ଠାକୁରାଣୀ ଯାତ୍ରା ନେଇ ଆସିଲା ଗାଇଡଲାଇନ୍

ବ୍ରହ୍ମପୁର : ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଚଳିତ ବର୍ଷ ବୁଢ଼ୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ । ଏନେଇ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି । ତେବେ କରୋନା କଟକଣାକୁ ମାନିବା ୭ ଦିନ ମଧ୍ୟରେ ଯାତ୍ରା କରାଇବାକୁ କୁହାଯିବା ସହ ପରବର୍ତ୍ତୀ ସମୟରେ ଏହି ଅବଧି ବୃଦ୍ଧି ହୋଇପାରେ। ଏହି ଅବସରରେ ବେଶ ଓ କଳାକୁଞ୍ଜ ବନ୍ଦ ରଖିବା ନିର୍ଦ୍ଦେଶ ଦିଆଯିବା ସହ ଆସନ୍ତାକାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ ବୋଲି କୁହାଯାଇଛି । ପରବର୍ତ୍ତୀ ସମୟରେ ଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking