37.1 C
Bhubaneswar
Thursday, March 28, 2024
Homeଅପରାଧବ୍ରେକଅପ କରିବା ଯୋଗୁ ପ୍ରେମିକାକୁ ବୀଭତ୍ସ ହତ୍ୟା

ବ୍ରେକଅପ କରିବା ଯୋଗୁ ପ୍ରେମିକାକୁ ବୀଭତ୍ସ ହତ୍ୟା

ନୂଆଦିଲ୍ଲୀ: ବ୍ରେକଅପ ଯୋଗୁ ବୀଭତ୍ସ ହତ୍ୟା । ଦିଲ୍ଲୀ ଶାହାବାଦରେ ନାବାଳିକା ହତ୍ୟାକାଣ୍ଡରେ ସାଂଘାତିକ ଖୁଲାସା କରିଛି ପୋଲିସ । ସାହିଲ ସହ ସମ୍ପର୍କ ଚାହୁଁ ନଥିଲେ ସାକ୍ଷୀ । ସମ୍ପର୍କ ତୁଟାଇବାରୁ ହତ୍ୟା କରିଛି ବୋଲି ପୋଲିସ ଆଗରେ କହିଛି ଅଭିଯୁକ୍ତ ସାହିଲ । ପୂର୍ବତନ ପ୍ରେମିକ ସହ ପୁଣି ଥରେ ସମ୍ପର୍କ ବଢ଼ିବା ଯୋଗୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ସାକ୍ଷୀଙ୍କୁ ହତ୍ୟା କରିବାକୁ ପୂର୍ବରୁ ଧମକ ମଧ୍ୟ ଦେଇଥିଲା ସାହିଲ ।
୨୦୨୧ ମସିହାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ।

ହେଲେ ଗତ କିଛିଦିନ ହେବ ସାହିଲ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ ସାକ୍ଷୀ । ଗତ ୧୫ ଦିନ ହେବ ସାକ୍ଷୀ ତାଙ୍କ ବନ୍ଧୁ ନିତୁଙ୍କ ଘରେ ରହୁଥିଲେ। ସାକ୍ଷୀ ଓ ସାହିଲଙ୍କ ମଧ୍ୟରେ ଝଗଡ଼ା ହେଉଥିବା ନିତୁ ପୋଲିସକୁ କହିଛନ୍ତି । ବିଚ୍ ରାସ୍ତାରେ ଗର୍ଲଫ୍ରେଣ୍ଡକୁ ନୃଶଂସ ଭାବେ ହତ୍ୟା କରିଥିବା ସାହିଲକୁ ଆଜି ମେଡିକାଲ ଟେଷ୍ଟ ପାଇଁ ପଠାଇଛି ପୋଲିସ । ସେପଟେ ସାକ୍ଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ସାକ୍ଷୀଙ୍କ ଶରୀର ଓ ମୁଣ୍ଡରେ ୩୬ଟି କ୍ଷତ ଚିହ୍ନ ରହିଛି । ସାକ୍ଷୀଙ୍କ ହାତରେ ପ୍ରବୀଣ ନାଁରେ ଏକ ଟାଟୁ ମଧ୍ୟ ରହିଛି । ଯାହାକୁ ନେଇ ସାକ୍ଷୀ ଓ ସାହିଲ ମଧ୍ୟରେ ଝଗଡ଼ା ହୋଇଥିବା ପୋଲିସ ସନ୍ଦେହ କରୁଛି ।

ଦିଲ୍ଲୀ ଶାହାବାଦର ଏକ ଜନଗହଳିପୂର୍ଣ୍ଣ ଗଳି ଭିତରେ ସାକ୍ଷୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସାହିଲ । ୨୨ ଥର ଛୁରାମାଡ଼ ଓ ପରେ ପଥରରେ ମୁଣ୍ଡକୁ ଛେଚି ଦେବା ଯୋଗୁ ଘଟଣାସ୍ଥଳରେ ହିଁ ସାକ୍ଷୀଙ୍କର ମୃତ୍ୟୁ ହୋଇଥିଲା । ତେବେ ରାଜଧାନୀରେ ବାରମ୍ବାର ଏଭଳି ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସିପିଆଇଏମ ନେତ୍ରୀ ସୁବାଷିନୀ ଅଲ୍ଲୀ । ସେ କହିଛନ୍ତି, ଦିଲ୍ଲୀର ଆଇନଶୃଙ୍ଖଳା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । ୨୮ ତାରିଖରେ ହତ୍ୟାକାଣ୍ଡ ଘଟିଥିବା ବେଳେ ସେଦିନ ଦିଲ୍ଲୀ ପୋଲିସ ରେସଲରଙ୍କୁ ଗିରଫ କରିବାର ବ୍ୟସ୍ତ ଥିଲା । ଅଧା ପୋଲିସ ଦିଲ୍ଲୀ ସୀମାରେ ରେସଲରଙ୍କ ସମର୍ଥକଙ୍କୁ ଅଟକାଉଥିବା ବେଳେ ଅଧା ପୋଲିସ ନୂଆ ସଂସଦ ଭବନ ସୁରକ୍ଷାରେ ମୁତୟନ ହୋଇଥିଲେ । ଦିଲ୍ଲୀବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ନଦେଇ ନ୍ୟାୟ ମାଗୁଥିବା ରେସଲରଙ୍କୁ ଗିରଫ କରିବାପାଇଁ ପୂରା ପୋଲିସ ଫୋର୍ସ ଲାଗି ପଡ଼ିଥିଲା ବୋଲି କହିଛନ୍ତି ସୁବାଷିନୀ ଅଲ୍ଲୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking