39.4 C
Bhubaneswar
Thursday, April 18, 2024
Homeଓଡିଶାଗଞ୍ଜାମବିଡିଓଙ୍କୁ ଭେଟିବାକୁ ଯାଇ ୨ ଦିନ ହେବ ଜିଆର୍‌ଏସ୍‌ ନିଖୋଜ

ବିଡିଓଙ୍କୁ ଭେଟିବାକୁ ଯାଇ ୨ ଦିନ ହେବ ଜିଆର୍‌ଏସ୍‌ ନିଖୋଜ

ବ୍ରହ୍ମପୁର : ସୋମବାର ରାତିରୁ ବିଡିଓଙ୍କୁ ଭେଟିବାକୁ ଯାଇ ୨ ଦିନ ହେବ ନିଖୋଜ ରହିଛନ୍ତି ଜିଆର୍‌ଏସ୍‌ । ଖୋଜାଖୋଜି କଲେ ମଧ୍ୟ ତାଙ୍କ ପତ୍ତା ମିଳିବା ସମ୍ଭବପର ହୋଇପାରି ନାହିଁ । ଏନେଇ ତାଙ୍କ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଘଟିଛି । ନିଖୋଜ ବ୍ୟକ୍ତି ଜଣକ ହେଲେ ପୁରୁଷୋତ୍ତମପୁର ବ୍ଲକ୍‌ ସୁନାଥର ଓ ଶୋଳଘର ଜିଆର୍‌ଏସ୍‌ ସ୍ୱାଗତ ପଣ୍ଡା । ଶ୍ରୀ ପଣ୍ଡା ପ୍ରାୟ ବର୍ଷେ ହେବ ପୁରୁଷୋତ୍ତମପୁର କଂସାରୀ ସାହିରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ ।

ତାଙ୍କ ନିଜ ଘର ଛତ୍ରପୁର ଜେନାପଲ୍ଲୀରେ । ସୋମବାର ରାତି ପ୍ରାୟ ୯ଟାରେ ବିଡିଓଙ୍କୁ ଭେଟିବା ପାଇଁ ଘରୁ ବାହାରି ଯାଇଥିଲେ । ମାତ୍ର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଏପରିକି ପତ୍ନୀ ଫୋନ୍‌ କଲେ ମଧ୍ୟ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରହିଥିଲା । ବହୁ ଖୋଜାଖୋଜି ପରେ ତାଙ୍କ ପତ୍ନୀ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମିସିଂ କେସ୍‌ ରୁଜୁ କରି ଖୋଳତାଡ଼ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking