34.1 C
Bhubaneswar
Friday, March 29, 2024
Homeଅପରାଧସାମ୍ବାଦିକଙ୍କୁ ପିଟି ପିଟି ମାରିଦେଲେ ୩ ଯୁବକ, କାରଣ କ’ଣ ଜାଣନ୍ତୁ....

ସାମ୍ବାଦିକଙ୍କୁ ପିଟି ପିଟି ମାରିଦେଲେ ୩ ଯୁବକ, କାରଣ କ’ଣ ଜାଣନ୍ତୁ….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସାହାରନପୁରରେ ଏକ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ କାରକୁ ଓଭରଟେକ୍ କରିବା ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଜଣେ ସାମ୍ବାଦିକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ୩ ଜଣ ଯୁବକ । ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ମୋଟର ସାଇକେଲରେ ଆସୁଥିବା ସାମ୍ବାଦିକ ଜଣକ ବାଟରେ ଏକ କାରକୁ ଅତିକ୍ରମ କରିଥିଲେ । ଯେଉଁଥିରେ ତିନି ଜଣ ଯୁବକ ବସିଥିଲେ । ଏଥିରେ କ୍ରୋଧିତ ହୋଇ ତିନି ଜଣ ଯୁବକ ରାସ୍ତା ଉପରେ ସାମ୍ବାଦିକଙ୍କୁ ଅଟକାଇ ପିଟିଥିବା ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ମୃତ ପୀଡିତ, ଚିଲକାନାର ବାସିନ୍ଦା ଏବଂ ଜଣେ ସାମ୍ବାଦିକ । ସେ ତାଙ୍କ ମୋଟର ସାଇକେଲରେ ସାହାରନପୁର ଆଡକୁ ଆସୁଥିଲେ ଏବଂ ବାଟରେ ଏକ ଅଲ୍‌ଟୋ କାରକୁ ପଛରେ ପକାଇଦେଇଥିଲେ । ଯେଉଁଥିରେ ତିନି ଜଣ ବସିଥିଲେ । ତେବେ, ଓଭରଟେକିଂକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ୪୦ ବର୍ଷ ବୟସ୍କ ସାମ୍ବାଦିକଙ୍କୁ ଗାଡ଼ିରେ ଆସୁଥିବା ତିନି ଜଣ ବ୍ୟକ୍ତି ପିଟିଥିଲେ । ଯାହା ଫଳରେ ସାମ୍ବାଦିକଙ୍କୁ ଗୁରୁତର ଆଘାତ ଲାଗିଥିଲା ବୋଲି ସାହାରନପୁର ଆରକ୍ଷୀ ଅଧୀକ୍ଷକ (ଏସପି) ରାଜେଶ କୁମାର କହିଛନ୍ତି । ଆହତ ସାମ୍ବାଦିକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ କାରରେ ଥିବା ଯୁବକମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ତେବେ, ଆମେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛୁ, ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯାଉଛି ବୋଲି ଏସପି କହିଛନ୍ତି । ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ମୃତକଙ୍କ ନାମ ସୁଧୀର ସାଇନି ହୋଇଥିବାବେଳେ ପୋଲିସ ହାତରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଜାହାଙ୍ଗୀର ଏବଂ ଫରମାନ ବୋଲି ଜଣାପଡିଛି । ଏଘଟଣା ସଂପର୍କରେ ସାହାରନପୁରର ସିକ୍ରି ପୋଲିସ ଷ୍ଟେସନରେ ଏକ ମାମଲା ରଜ୍ଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking