27.1 C
Bhubaneswar
Thursday, April 25, 2024
Homeଓଡିଶାବସ ଚଳାଇବାକୁ ମନା କଲା ମାଲିକ ସଂଘ

ବସ ଚଳାଇବାକୁ ମନା କଲା ମାଲିକ ସଂଘ

ଭୁବନେଶ୍ୱର: ଏବେ ବି ସମଗ୍ର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ବଳ ବତ୍ତର ରହିଛି । ହେଲେ ତିନୋଟି ଜୋନରେ ବିଭକ୍ତ ହୋଇଥିବା ଜିଲ୍ଲା ଗୁଡିକ ପାଇଁ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ରହିଛି । କେଉଁ ଜୋନରେ କଣ ଖୋଲା ରହିବ , କଣ ଯାତାୟାତ କରିବ ସେ ନେଇ ସଂପୂର୍ଣ୍ଣ ବିବରଣୀ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି । ତେବେ ଏହାକୁ ଭିତ୍ତି କରି ଗ୍ରୀନ ଜୋନରେ କେବଳ ବସ ଚାଲିପାରିବ ବୋଲି ସରକାର ଗାଇଡ ଲାଇନରେ ଜାରି କରିଥିଲେ । ହେଲେ ମାତ୍ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରିବ ବୋଲି ସରକାର କହିଥିଲେ । ହେଲେ ଏହାକୁ ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଲାଇ ହେବନି ବୋଲି ଘରୋଇ ବସ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ପ୍ରଦାନ କରିଛନ୍ତି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଲାଇବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking