34.1 C
Bhubaneswar
Friday, March 29, 2024
Homeଓଡିଶାଜାପାନରେ ବଡ଼ ଭୂମିକମ୍ପ; ରିକ୍ଟର ସ୍କେଲରେ ତିବ୍ରତା ୬.୧ ରେକର୍ଡ

ଜାପାନରେ ବଡ଼ ଭୂମିକମ୍ପ; ରିକ୍ଟର ସ୍କେଲରେ ତିବ୍ରତା ୬.୧ ରେକର୍ଡ

ଟୋକିଓ: ଜାପାନରେ ଭୟଙ୍କର ଭୂମିକମ୍ପ । ଭୀଷଣ ତିବ୍ରତା ସହ ଥରି ଉଠିଲା ଦକ୍ଷିଣ-ପୂର୍ବ ଟୋକିଓ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୧ ରେକର୍ଡ କରାଯାଇଛି । ଶୁକ୍ରବାର ଅପରାହ୍ନ ୩ଟା ୩୩ ମିନିଟ୍ ଭୂମିକମ୍ପ ଝଟକା ଲାଗିଛି । ଭୂକମ୍ପ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ସେପଟେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ମୁତାବକ, ଶୁକ୍ରବାର ଜାପାନର ରାଜଧାନୀ ଟୋକିଓରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳି ଟୋକିଓ ଠାରୁ ୧୦୬ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି । ସେହିପରି ଭୂପୃଷ୍ଠରୁ ୬୫ କିଲୋମିଟର ଗଭୀରତାରେ ରହିଛି କେନ୍ଦ୍ରସ୍ଥଳି । ତେବେ ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କୌଣସି ସୁନାମୀ ସତର୍କତା ଜାରି କରାଯାଇନାହିଁ । ଚିବା ଏବଂ ଈବାରିକ୍ ପ୍ରାନ୍ତରେ ଭୂମିକମ୍ପ ଝଟକା ଲାଗିଥିବା ସୂଚନା ମିଳିଛି । ମାତ୍ର କ୍ଷୟକ୍ଷତିର କମ୍ ସମ୍ଭାବନା ରହିଛି ବୋଲି ୟୁଏସ ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking