26.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭବ୍ୟ ସ୍ୱାଗତ

• ଶାହଙ୍କ ଆଗମନରେ ଉତ୍ସବମୁଖର ହେଲା ଭୁବନେଶ୍ୱର ବିମାନବନ୍ଦର

• ତ୍ରିରଙ୍ଗା, ପାରମ୍ପରିକ ପୋଷାକ, କଳା, ନୃତ୍ୟ ଓ ବାଦ୍ୟ ଯନ୍ତ୍ର ବଜାଇ ସ୍ୱାଗତ ଜଣାଇଲେ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ
• ହାତ ହଲାଇ ଅଭିବାଦନ ଗ୍ରହଣ କଲେ ଶାହା
• ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର,  – ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର ବିଳମ୍ବିତ ରାତ୍ରୀରେ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ତାଙ୍କ ସାଥୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ । ବିମାନବନ୍ଦର ପରିସରରେ ଶ୍ରୀ ଶାହଙ୍କୁ ବିଜେପିର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଶ୍ରୀ ଶାହଙ୍କ ଆଗମନରେ ଭୁବନେଶ୍ୱର ବିମାନବନ୍ଦର ଉତ୍ସବମୁଖର ହୋଇଛି । ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ, ପ୍ରଶଂସକମାନେ ହାତରେ ତ୍ରିରଙ୍ଗା ଧରିବା ସହ, ପାରମ୍ପରିକ ପୋଷାକ, ଲୋକକଳା, ଗୀତ ନୃତ୍ୟ ସହ ବାଦ୍ୟ ଯନ୍ତ୍ର ବଜାଇ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଶ୍ରୀ ଶାହ ହାତ ହଲାଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ।

ଆସନ୍ତାକାଲି ଶ୍ରୀ ଶାହ ଶ୍ରାବଣ ମାସର ଶେଷ ସୋମବାରରେ ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରିବେ । ପରେ କଟକ ଗସ୍ତ କରି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କରିବେ । କଟକ ଇନଡ଼ୋର୍ ଷ୍ଟାଡ଼ିୟମରେ ପ୍ରଜାତନ୍ତ୍ରର 75ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ମେ’ଫେୟାର ଠାରେ “ମୋଦି @ 20 : ଡ୍ରିମ୍ସ ମିଟ୍ ଡେଲିଭରି” ପୁସ୍ତକର ପଠନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ରହିବେ ।

———————–

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking