27.1 C
Bhubaneswar
Monday, September 30, 2024
Homeଓଡିଶାଝାଡ଼ାବାନ୍ତି ନେଲା ଜୀବନ: ଜେଜେମା’ ପରେ ପରେ ଆଖି ବୁଜିଲା ନାତି

ଝାଡ଼ାବାନ୍ତି ନେଲା ଜୀବନ: ଜେଜେମା’ ପରେ ପରେ ଆଖି ବୁଜିଲା ନାତି

ବଲାଙ୍ଗିର: ଜେଜେମା’ ପରେ ପରେ ଆଖି ବୁଜିଲା ନାତି । ଗତକାଲି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଜେଜେମା’ଙ୍କ ମୃତ୍ୟୁ ହୋଇଥିବାବେଳେ,ଆଜି ସକାଳେ ନାତିର ମୃତ୍ୟୁ ହୋଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ଜଣ ଆଖି ବୁଜିବା ପରେ ଏବେ ଗାଁରେ ଖେଳି ଯାଇଛି ଶୋକର ବାତାବରଣ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ। ସୂଚନା ମୁତାବକ ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଥିବା ବେଳେ ଏହି ଗାଁରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି। ଗୋଟିଏ ଘରର ଜେଜେମା ଓ ନାତି ଆଖିବୁଜିବା ପରେ ଏବେ ସଭିଏଁ ସ୍ତବ୍ଧ। ମୃତକଦ୍ୱୟ ହେଲେ ୫୫ ବର୍ଷୀୟ କୁନି ମେହେର ଓ ତାଙ୍କ ୧୧ ବର୍ଷୀୟ ନାତି ବବଲୁ । ଗତ ଗଣେଶ ପୂଜା ଦିନଠୁ ଦେଦର୍ହ ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଥିବା ବେଳେ ପରିସ୍ଥିତି ଏବେ ସଙ୍ଗିନ ହେବାରେ ଲାଗିଛି। କହିବାକୁ ଗଲେ ପରିବାର ଉଜାଡ଼ି ଦେଇଛି ଏହି ଝାଡ଼ାବାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking