34.1 C
Bhubaneswar
Thursday, April 25, 2024
Homeଓଡିଶାବାତିଲ୍ ହେଲା ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା, ରାଜ୍ୟର ୪୮ଟି କଲେଜ ପାଇଁ ହେବ ଲାଗୁ

ବାତିଲ୍ ହେଲା ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା, ରାଜ୍ୟର ୪୮ଟି କଲେଜ ପାଇଁ ହେବ ଲାଗୁ

ଭୁବନେଶ୍ୱର : ରାଜ୍ୟର ୪୮ଟି କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ସେମିଷ୍ଟର ପରୀକ୍ଷା ବାତିଲ୍ କରାଯାଇଛି । ଏନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ୯ଟି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ପାଇଁ ଏହା ଲାଗୁହେବ । ପୂର୍ବରୁ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ବାତିଲ କରି ବିକଳ୍ପ ପଦ୍ଧତି ଆପଣାଇଥିଲା। ତେବେ ପରୀକ୍ଷା ବାତିଲ କରାଯାଇଥିଲେ ହେଁ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଫଳ ପ୍ରକାଶ ପାଇବ ବୋଲି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।
ତେବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମକୁ ଆଧାର କରି ପରୀକ୍ଷା ବାତିଲ୍ କରାଯାଇଥିବା ଜଣାପଡ଼ିଛି ।

ସମସ୍ତ ରେଗୁଲାର ବର୍ଗର ଛାତ୍ରୀଙ୍କର ମୂଲ୍ୟାୟନ ପୂର୍ବ ସେମିଷ୍ଟର ମାର୍କ ଆଧାରରେ କରାଯିବ । ନନରେଗୁଲାର ବା ବ୍ୟାକ ଲାଗିଥିବା ଛାତ୍ରୀମାନେ ପୂର୍ବ ପରି ଶ୍ରେଣୀଗୃହରେ ପରୀକ୍ଷା ଦେବେ । ସୂଚନାଯୋଗ୍ୟ ଯେ, ପାରମ୍ପରିକ ପଦ୍ଧତିରେ ଶ୍ରେଣୀଗୃହରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ପାଇଁ ରମାଦେବୀ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ମାତ୍ର ଛାତ୍ରୀମାନେ ଏହାକୁ ବିରୋଧ କରି ଅନଲାଇନ ପରୀକ୍ଷା ବା ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ନେଇ ଦାବି କରିଥିଲେ । ଏନେଇ ଛାତ୍ରୀମାନେ କୁଳପତିଙ୍କୁ ଭେଟି ଦାବିପତ୍ର ଦେବା ସହ ଫାଟକ ସମ୍ମୁଖରେ ଧାରଣା ଦେବା ପରେ କର୍ତ୍ତୃପକ୍ଷ ନିଷ୍ପତ୍ତି ବଦଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking