28.1 C
Bhubaneswar
Wednesday, April 24, 2024
Homeଓଡିଶାସରକାରୀ ସମ୍ପତି ଲୁଟିନେଲେ ଦୁର୍ବୁତ୍ତ

ସରକାରୀ ସମ୍ପତି ଲୁଟିନେଲେ ଦୁର୍ବୁତ୍ତ

ମାଲକାନଗିରି – ଜିଲ୍ଲା ସଦର ମହକୁମା ଠାରୁ ୫ କିମି ଦୂର ଚାଲାଣ ଗୁଡା ଠାରେ ଥିବା ଫରେଷ୍ଟ ଅଫିସ ତରଫରୁ କରାଯାଇଥିବା ପ୍ଲାଣ୍ଟେସନର ଚାରିପଟେ ଥିବାସୁରକ୍ଷା  ଖୂଂଟୀସହ ତାରଜାଲି ଗାଏବ ହୋଇଯାଇଥିବା  ଦେଖିବାକୁ ମିଳିଛି। ନୂତନ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ କ୍ଷୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଚାରା ରୋପଣ କରିବା ପାଇଁ ଯୋଗାଉଥିବା ବେଳେ ଏହା କିନ୍ତୁ ଠିକ ଭାବେ ସୁଵିନିଯୋଗ ହେଇପାରୁ ନାହିଁ। ମାଲକାନଗିରି ଜିଲ୍ଲାରେ ଏହି ଯୋଜନାରେ ସହରାଞ୍ଚଳ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ  ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜାଗାରେ ମୂଲ୍ୟବାନ  ଚାରା ରୋପଣ କରାଯାଇଛି। ଏହାର  ପାଇଁ ଚାରିପାଶ୍ୱରେ ତାରଜାଲି ସହ କର୍ମଚାରୀ ଓ କାମ କରୁଥିବା ଲୋକ ଯିବାପାଇଁ ଏକ ଲୁହାଗେଟ ମଧ୍ୟ କରାଯାଇଛି। କିନ୍ତୁ ଚାଲାଣ ଗୁଡା ନିକଟରେ ଥିବା ମାଲକାନଗିରି ଛତିଶଗଡ଼ ମୁଖ୍ୟ ସଡ଼କ ନିକଟ ପାଞ୍ଚ ଏକର ଜମିରେ ୨୦୧୬/୧୭ ମସିହାରେ ଚାରା ରୋପଣ ହୋଇଥିଲା। ଏହି ଚାରାକୁ ବିଭିନ୍ନ ପଶୁ ଙ୍କ ଦାଉରୁ ରକ୍ଷା କରିବା ପାଇଁ ୩୦ବଣ୍ଡଲ ତାର ଜାଲି ଏବଂ ୩୦୦ରୁ ଉର୍ଦ୍ଧ୍ବ ଲୁହାଖମ୍ବ  ଲାଗିଥିଲା ।ପ୍ରାୟ ପାଞ୍ଚ ରୁ ଦଶ ଲକ୍ଷ ଟଙ୍କାର ତାରଜାଲି ଓ ଲୁହା ଖମ୍ବ ବନବିଭାଗ ପୋତିଥିଲେ ମାତ୍ର ଏହିସବୁ ଜାଲି ଓ ଲୁହା ଖମ୍ବର ରକ୍ଷଣା ବେକ୍ଷଣ ରେ ବନବିଭାଗ ର ଦାଇତ୍ୱ ହୀନତା  ଯୋଗୁଁ ଏହିସବୁ କେଉଁଆଡ଼େ ଗାଏବ ହୋଇଯାଇଛି।ଟାଉନ ଫରେଷ୍ଟର ଙ୍କ ସହ ଯୋଗାଯୋଗ କରିବାରୁ ସେ  ୫ ଦିନ ହେବ ଦୁର୍ବୁତ୍ତ ଚୋରି କରିନେଇଛନ୍ତି ଓ ଏହିବାବଦରେ ଥାନାରେ ମଧ୍ୟ ଏଫ ଆଇ ଆର କରାଯାଇଛି। ସରକାରୀ ମାଲ ଦରିୟା ମେ ଡାଲ ନୀତିରେ ଚାଲିଛି ବନବିଭାଗ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking